ଚାକିରି ନାଁରେ ଠକିଥିବା ୩ ଠକ ଗିରଫ

ଭୁବନେଶ୍ଵର : ଚାକିରି ନାଁରେ ଶିକ୍ଷିତ ବେକାରୀ ଯୁବକଙ୍କୁ ଠକିଥିବା ଅଭିଯୋଗରେ ଭୁବନେଶ୍ୱର ସାଇବର ଥାନା ପୋଲିସ ୩ ଠକଙ୍କୁ ଗିରଫ କରିଛି। ସେମାନେ ସନ୍ଦୀପ ବାଇ, ରାଜ ସିହ୍ନା ଓ ରାଜେଶ ସାମନ୍ତରାୟ।

ଖବର ଅନୁଯାୟୀ ସାଇବର ଠକମାନେ ଜାତୀୟସ୍ତରୀୟ କଂପାନି ନାଲ୍‌କୋ, ଜିନ୍ଦଲ ଓ ବେଦାନ୍ତରେ ଚାକିରି ଦେବା ନାଁରେ ଯୁବକମାନଙ୍କୁ ଲୋଭ ଦେଖାଉଥିଲେ। ୪୦ ହଜାର ଟଙ୍କା ଦେଲେ ଚାକିରି ମିଳିବ କହି ଅନଲାଇନରେ ନେଉଥିଲେ ଇଣ୍ଟରଭ୍ୟୁ। ଓଡ଼ିଶା ସମେତ ଛତିଶଗଡ଼ ଓ ଝାରଖଣ୍ଡର ଅନେକ ଚାକିରି ଆଶାୟୀ ପ୍ରାର୍ଥୀ ଏମାନଙ୍କ ଜାଲରେ ପଡ଼ିଥିଲେ।

ସାଇବର ଠକମାନେ ଜାଲି ଆକାଉଣ୍ଟ ଓ ପ୍ରିଆକ୍ଟିଭେଟ ସିମ୍ ମାଧ୍ୟମରେ ଟେଲି କଲିଂ ଓ ଅର୍ଥନୈତିକ କାରବାର କରୁଥିଲେ। ବିଭିନ୍ନ ଲୋକଙ୍କୁ ଦୁଇ ହଜାରରୁ ତିନି ହଜାର ଟଙ୍କା ଦେଇ ସେମାନଙ୍କ ଆକାଉଣ୍ଟ ଭଡ଼ାରେ ଆଣି ଜାଲିଆତି କାମରେ ଲଗାଉଥିଲେ। ସାଇବର ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *

Back to top button