ଦାଦାବଟି ମାଗିବା ଅଭିଯୋଗରେ ବାଙ୍କା ଗିରଫ

ଭୁବନେଶ୍ଵର : ଜାମିନରେ ଆସି ଦାଦାବଟି ମାଗିବା ଓ ମାରଣାସ୍ତ୍ର ଧରି ଗୋଡ଼ାଇବା ଅଭିଯୋଗରେ ବାଲିପାଟଣା ଥାନା ପୁପୋଲିସ ମହୁଖଣ୍ଡା ଗ୍ରାମର ପ୍ରକାଶ ବେହେରା ଓରଫ୍ ବାଙ୍କାକୁ ଗିରଫ କରିଛି।
ଖବର ଅନୁଯାୟୀ ପଡ଼ୋଶୀ ଶଶୀଭୂଷଣ ଦାସଙ୍କୁ ଦାଦାବଟି ମାଗିବା ସହ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ଗିରଫ କରିଥିଲା। ଦୁଇଦିନ ତଳେ ସେ ଜାମିନରେ ଆସି ପୁଣି ଶଶୀଭୂଷଣଙ୍କୁ ଗାଳିମନ୍ଦ କରିବା ସହ ମାରଣାସ୍ତ୍ର ଧରି ବଟି ମାଗିଥିଲା। ଶଶୀଭୂଷଣ ମନା କରିବାରୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲା। ଏହି ଅଭିଯୋଗରେ ପୋଲିସ ବାଙ୍କାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ଖାରଜ ହେବାରୁ ତାକୁ ଝାରପଡ଼ା ଜେଲ୍ ହାଜତକୁ ପଠାଇଦିଆଯାଇଛି।