ଚିଟ୍‌ଫଣ୍ଡ ଟଙ୍କାରେ ବିଧାୟକ କରୁଥିଲେ ମଉଜ !

ଭୁବନେଶ୍ୱର : ଚିଟ୍‌ଫଣ୍ଡ ଟଙ୍କାରେ ଗ୍ଲାମର ଦୁନିଆରେ ରୋମାନ୍ସ କରୁଥିଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ.ଭି. ପ୍ରସାଦ। ନିର୍ମାଣ କରୁଥିଲେ ବିଗ୍‌ ବଜେଟ୍‌ ସିନେମା। ତାଙ୍କ ରଙ୍ଗୀଲା ଲାଇଫ୍‌ଷ୍ଟାଇଲ୍‌ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଅପରାଧ ଶାଖାକୁ ସୂଚନା ମିଳିଛି।

ବିଶାଖାପାଟଣାର ପଶ୍ଚିମ ଜୋନ୍‌ର ପୂର୍ବତନ ବିଧାୟକ ଏମ୍‌.ଭି ପ୍ରସାଦ ୱେଲ୍‌ଫେୟାର ଗ୍ରୁପ ଅଫ୍‌ କମ୍ପାନୀ ଖୋଲିଥିଲେ। ୨୦୦୧ ମସିହାରୁ ଏହି କମ୍ପାନୀ ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼, ଛତିଶଗଡ଼ ପରି ରାଜ୍ୟରେ ଶାଖା ଖୋଲି ୫ ବର୍ଷରେ ଟଙ୍କା ଡବଲ୍‌ ହେବ ଓ ଜମି ଦେବାକୁ କହି ପାଖାପାଖି ୧୨୦୦ କୋଟିରୁ ଅଧିକ ଟଙ୍କା ଆଦାୟ କରିଥିଲା। ପରବର୍ତ୍ତୀ ସମୟରେ ଲୋକଙ୍କୁ ଟଙ୍କା ଫେରାଇନଥିଲା ବୋଲି ସମୀର କୁମାର ସାହୁ ଇଓଡବ୍ଲୁରେ ଅଭିଯୋଗ କରିଥିଲେ।

ସୋମବାର ଫିଲ୍ମ ଅଭିଯୋଗକୁ ଆଧାରରେ ତଦନ୍ତକାରୀ ଟିମ୍‌ ବିଶାଖାପାଟଣା ଯାଇ ଏମ୍‌. ପ୍ରସାଦଙ୍କ ଘରେ ଚଢ଼ଉ କରି ୪୫ ଲକ୍ଷ ଟଙ୍କା ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା। ମଙ୍ଗଳବାର ତାଙ୍କୁ ଆଣି କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟରେ ହାଜର କରିଥିଲା। ଜାମିନ ଆବେଦନ ଶୁଣାଣିକୁ ସୋମବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବାରୁ ତାଙ୍କୁ ଚୌଦ୍ୱାର ଜେଲ୍‌କୁ ପଠାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button