ବାୱରିଆ ଗ୍ୟାଙ୍ଗକୁ ଧରାଲା ପୋଲିସ

ଭୁବନେଶ୍ୱର : କମିଶନରେଟ୍ ପୋଲିସ ସ୍ପେଶାଲ ସ୍କ୍ୱାଡ୍ ହାତରେ ବାୱରିଆ ଗ୍ୟାଙ୍ଗ ଧରାପଡିଛି। ଉତ୍ତରପ୍ରଦେଶରୁ ଆସିଥିବା ଏହି ଗ୍ୟାଙ୍ଗର ସଦସ୍ୟ ଓଡିଶାର ବିଭିନ୍ନ ସ୍ଥାନରେ ଲୁଟ କରୁଥିଲେ। ସେମେନଙ୍କ ମଧ୍ୟରୁ ୪ଜଣକୁ ପୋଲିସ ଧରିଥିବା ବେଳେ ୧୬ଟି ସୁନା ଚେନ ଜବତ କରିଛି। ଅଭିଯୁକ୍ତମାନେ ହେଲେ ପ୍ରଦୀପ କୁମାର, ବିକାଶ, ରବି କୁମାର ଓ ବାବୁ ରାମ। ସେମାନଙ୍କ ନାଁରେ ଓଡ଼ିଶାରେ ୨୮ଟି ମାମଲା ରହିଛି।

ଖବର ଅନୁଯାୟୀ ଏହି ଗ୍ୟାଙ୍ଗର ସଦସ୍ୟଙ୍କ ନାମରେ ୪ ଜିଲ୍ଲାରେ ୨୮ଟି ମାମଲା ରହିଛି। କଟକ, ପୁରୀ, ଭଦ୍ରକ ଓ ଖୋର୍ଦ୍ଧାରେ ଗ୍ୟାଙ୍ଗର ସଦସ୍ୟମାନେ ଲୁଟ୍ ପାଟ କରୁଥିଲେ। ପିପିଲି ଟୋଲଗେଟ ଫୁଟେଜରୁ ସ୍ପେଶାଲ ସ୍କ୍ୱାଡ୍ ଗ୍ୟାଙ୍ଗର ଗତିବିଧି ସମ୍ପର୍କରେ ସୂଚନା ପାଇ ପୋଲିସ ସାଦା ପୋଷାକରେ ପୁରୀ ବେଳାଭୂମି ରୋଡ୍ ନିକଟରେ ଡେରା ପକାଇଥିଲା। ଏହାର ପାର୍ଶ୍ୱ ଏକ ହୋଟେଲରେ ଅଭିଯୁକ୍ତମାନେ ରହୁଥିଲେ। ଦିନରେ ସମୁଦ୍ରରେ ଗାଧୋଇ ମଉଜ କରବା ସହିତ ରାତିରେ ଡ୍ୟାନ୍ସ ବାରରେ ଟଙ୍କା ଉଡାଉଥିଲେ। ସମସ୍ତ ସୂଚନା ମିଳିବା ପରେ ପିପିଲି ଟୋଲଗେଟରେ ଗାଡି ଟ୍ରେସ ପାଇଁ ଆରମ୍ଭ ହୋଇଥିଲା ଅପରେସନ। ଦିଲ୍ଲୀ ଯିବାକୁ ଏକ ଟୁର ଆଣ୍ଡ ଟ୍ରାଭେଲ ଦୋକାନରେ ଟିକେଟ କାଟୁଥିବା ବେଳେ ଅଭିଯୁକ୍ତଙ୍କୁ ପୋଲିସ ଧରିଛି। ସେମାନଙ୍କ ନାଁରେ ଦିଲ୍ଲୀ ଓ ୟୁପିରେ ମାମଲା ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button