ସେବା ରାଜନୀତିରେ ଭୋଟ୍‌ ମିଳିଥାଏ : ନୀତିନ ଗଡକରୀ

ଜୟପୁର : ନିର୍ବାଚନରେ ପୋଷ୍ଟର-ବ୍ୟାନର ନୁହେଁ, ସେବା ରାଜନୀତି ଆଧାରରେ ହୁଏ ବିଜୟ। ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ନୀତିନ ଗଡକରୀ।

ରାଜସ୍ଥାନରେ ଉପରାଷ୍ଟ୍ରପତି ଭୈରବସିଂହ ଶେଖାୱତଙ୍କ ପୁଣ୍ୟତିଥିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପୋଷ୍ଟର ଓ ବ୍ୟାନର ରାଜନୀତିକୁ ନାପସନ୍ଦ କରିଛନ୍ତି। ସେ କହିଛନ୍ତି ପୋଷ୍ଟର ଓ ବ୍ୟାନର’ ପରିବର୍ତ୍ତେ ସେବା ରାଜନୀତି ଆଧାରରେ ଭୋଟ ମିଳିଥାଏ। ଗତ ନିର୍ବାଚନରେ ଏକ କଠିନ ଲୋକସଭା କ୍ଷେତ୍ର ନାଗପୁରରୁ ଲଢ଼ିଥିଲେ। ତାଙ୍କୁ ଏହି ସିଟ୍‌ରୁ ଲଢ଼ିବାକୁ ମନା କରାଯାଇଥିଲା। କିନ୍ତୁ ସେ ଦୃଢ଼ ସଂକଳ୍ପ ସହ ଆଗକୁ ବଢ଼ିଥିଲେ ଓ ବିଜୟୀ ହୋଇଥିଲେ।

ଗଡ଼କରୀ ଘୋଷଣା କରିଛନ୍ତି ୨୦୨୪ ଲୋକସଭା ନିର୍ବାଚନରେ କୌଣସି ପୋଷ୍ଟର କିମ୍ବା ବ୍ୟାନର ଲଗାଇବେ ନାହିଁ। କାହାକୁ ଚା’ କିମ୍ବା ଅନ୍ୟ କିଛି ଦେବେ ନାହିଁ। ଯେଉଁମାନେ ତାଙ୍କୁ ଭୋଟ ଦେବାକୁ ଚାହୁଛନ୍ତି ସେମାନେ ଭୋଟ ଦେବେ। ସେ କହିଲେ ଦୀନଦୟାଲ ଉପାଧ୍ୟାୟ ବିଜେପିକୁ ରାଷ୍ଟ୍ରବାଦର ବିଚାରଧାର ଦେଇଛନ୍ତି। ଏହାହିଁ ଦଳର ଆତ୍ମା। ଏହି ଅବଧାରଣା ଉପରେ ସେ ନିଜ ରାଜନୀତିକୁ ବ୍ୟାଖ୍ୟା କରିଛନ୍ତି। ଆଉ କହିଛନ୍ତି ୨୦୧୯ରେ ନିଜ ପ୍ରତିଦ୍ଵନ୍ଦ୍ଵୀଙ୍କୁ ୩.୫ ଲକ୍ଷ ଭୋଟ୍‌ ବ୍ୟବଧାନରେ ହରାଇଥିଲେ। ତାଙ୍କ କହିବା କଥା ହେଲା ସ୍ମାର୍ଟ ଗାଁ କରିବା ପାଇଁ ଗ୍ରାମାଞ୍ଚଳର ବିକାଶ ହେବା ଜରୁରୀ। ଗାଁରେ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ ହେଉ। ଯୁବକଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି ହେବା ସହିତ ଚାଷୀଙ୍କୁ ଚାଷରୁ ଲାଭ ମିଳିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *

Back to top button