ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲ୍ ଦାମ ୨୦ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ : ଆର୍ଥିକ ସଙ୍କଟରେ ଫସି ରହିଥିବା ପାକିସ୍ତାନ ଏବେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଓ ଚୀନ ଆର୍ଥକ ସହାୟତା ଉପରେ ନିର୍ଭରଶୀଳ। ମୁଦ୍ରାସ୍ଫୀତି ବଢୁଛି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟୁଥିବା ବେଳେ ପେଟ୍ରୋଲ ଓ ଡିଜେଲର ଦାମ ଲିଟର ପିଛା ୧୯ ଟଙ୍କା ବୃଦ୍ଧି ପାଇଛି।

ଖବର ଅନୁଯାୟୀ ପାକିସ୍ତାନ ସରକାର ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୯.୯୫ ଟଙ୍କା ଓ ଡିଜେଲ ୧୯.୯୦ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ମୂଲ୍ୟ ୧ ଅଗଷ୍ଟ ୨୦୨୩ ରୁ କାର୍ଯ୍ୟକାରୀ ହୋଇଛି। ଯେଉଁମାନେ ମୁଦ୍ରାସ୍ଫୀତି ସହ ସଂଘର୍ଷ କରୁଛନ୍ତି ସେମାନଙ୍କ ପାଇଁ ଏହା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। କାରଣ ମୂଲ୍ୟ ବୃଦ୍ଧି ପରେ ପାକିସ୍ତାନରେ ପେଟ୍ରୋଲ ଲିଟର ଦାମ ୨୭୨.୯୫ ଟଙ୍କା ଓ ଡିଜେଲର ୨୭୩.୪୦ ଟଙ୍କାକୁ ବୃଦ୍ଧି ପାଇଛି। ମୂଲ୍ୟ ବୃଦ୍ଧି ପୂର୍ବରୁ ପେଟ୍ରୋଲ ଓ ଡିଜେଲର ଦାମ ଲିଟର ପିଛା ୨୫୩ ଟଙ୍କା ଥିଲା।

Leave a Reply

Your email address will not be published. Required fields are marked *

Back to top button