ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ

ଭୁବନେଶ୍ୱର : ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ। ପଥର ଓ ବୋତଲ ମାଡ଼ରେ ଉଭୟ ପକ୍ଷର ଅନେକ ଲୋକ ଆହତ ହୋଇଛନ୍ତି। ମଞ୍ଚେଶ୍ୱର ପୋଲିସ ଗାଁରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ ଅରିଥିବା ବେଳେ ଉତ୍ତେଜନାକୁ ଦୃଷ୍ଟିରେ ରଖି ସେଠାରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ଖବର ଅନୁଯାୟୀ ପଞ୍ଚାୟତ ନିର୍ବାଚନକୁ ନେଇ ପଟିଆ ପଦ୍ମକେଶରପୁରର ଦୁଇ ୱାର୍ଡ ବାସିନ୍ଦାଙ୍କ ମଧ୍ୟରେ ବିବାଦ ରହିଥିଲା। ହଠାତ୍‌ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଦୁଇପକ୍ଷର ଲୋକେ ମୁହାଁମୁହିଁ ହେବାରୁ ଅନେକ ଆହତ ହୋଇଛନ୍ତି। ଗତକାଲି କଥା କଟାକଟିରୁ ଏହି ଗଣ୍ଡଗୋଳ ସୃଷ୍ଟି ହୋଇଥିଲା।

ପୂର୍ବରୁ ସେପ୍ଟେମ୍ବର ପହିଲାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ଦୁଇ ଶିଶୁଙ୍କ ସମେତ ୧୦ରୁ ଅଧିକ ଆହତ ହୋଇଥିଲେ। ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ନ ହେବାରୁ ପୋଲିସ୍‌ ଉଭୟ ପକ୍ଷର ୨୦ରୁ ଅଧିକଙ୍କୁ ଗିରଫ ହୋଇ କୋର୍ଟଚାଲାଣ କରିଥିଲା। ସେମାନଙ୍କ ମଧ୍ୟରୁ କେତେଜଣ ଜାମିନରେ ଆସିବା ପରେ ଗତକାଲି ପୁଣି ଗଣ୍ଡଗୋଳ ଘଟିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button