ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଏସବୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ଵର : ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଉପକୂଳ ଅଞ୍ଚଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶା ଉପକୂଳରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରେ ବର୍ଷାର ସମ୍ଭାବନା ରହିଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି।

ପାଣିପାଗ ସଂସ୍ଥାର ସୂଚନା ଅନୁଯାୟୀ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଭଲ ଭାବେ ଚିହ୍ନିତ ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ କ୍ଷେତ୍ରର କିଛି ଅଂଶ ଉପକୂଳର ସାମାନ୍ୟ ନିକଟତର ହୋଇପାରେ। କିନ୍ତୁ ଅଧିକାଂଶ ସମୁଦ୍ର ଉପରେ ରହିବ। ଏହି ଲଘୁଚାପ ଉପରେ ନଜର ରଖାଯିବା ଆବଶ୍ୟକ, କାରଣ ଏହା ଆଗକୁ ଆହୁରି ଘନୀଭୂତ ହୋଇ ଏକ ଅବପାତ ବା ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି।

ଲଘୁଚାପ ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦେଶର କେନ୍ଦ୍ରୀୟ ଅଞ୍ଚଳରେ ସକ୍ରିୟ ରହିବ। ଆସନ୍ତା ୩ ଦିନ ମଧ୍ୟରେ ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା, ମହାରାଷ୍ଟ୍ର (ମୁମ୍ବାଇ ସମେତ), ମଧ୍ୟପ୍ରଦେଶର ଦକ୍ଷିଣ ଭାଗ, ଦକ୍ଷିଣ ରାଜସ୍ଥାନ ଓ ଦକ୍ଷିଣ ଓ କେନ୍ଦ୍ରୀୟ ଗୁଜରାଟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। କଚ୍ଛ ବାହାରେ କୋଙ୍କଣ, ଉତ୍ତର ମଧ୍ୟ ମହାରାଷ୍ଟ୍ର, ଦକ୍ଷିଣ-ପଶ୍ଚିମ ମଧ୍ୟପ୍ରଦେଶ, ଦକ୍ଷିଣ-ପୂର୍ବ ରାଜସ୍ଥାନ ଓ ଗୁଜରାଟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *

Back to top button