ଯେଉଁମାନେ ମନ୍ତ୍ରୀ ହେବାକୁ ଇଛୁକଥିଲେ ସେମାନେ ଅସନ୍ତୁଷ୍ଟ : ଗଡ଼କରୀ

ମୁମ୍ବାଇ : ମହାରାଷ୍ଟ୍ର ରାଜନୈତିକ ଘଡିକେ ଘୋଡା ଛୁଟୁଛି। ନେତା ହେଉଛନ୍ତି ଏପାଖ ସେପାଖ। କିଏ କେଉଁ ଦଳକୁ ପସନ୍ଦ ଓ ନାପସନ୍ଦ କରୁଛି ତାହା କଳିବା କଷ୍ଟକର। ଏବେ ଚର୍ଚ୍ଚାରେ ରହିଛି ଦାଦା ଶରଦ ପାୱାର ଓ ପୁତୁରା ଅଜିତ ପାୱାରଙ୍କ ଶକ୍ତି ପ୍ରଦର୍ଶନ। ଏନସିପି-ବିଜେପି ରାଜନୀତି ମଧ୍ୟ ସରଗରମ। ମହାରାଷ୍ଟ୍ରରେ ଚାଲିଥିବା ଏଇ ରାଜନୈତିକ ଅସ୍ଥିରତାକୁ ନେଇ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ କଟାକ୍ଷ କରିଛନ୍ତି।

ଶୁକ୍ରବାର ନାଗପୁରରେ ଏକ କାର୍ଯ୍ୟକ୍ରମରେ ଗଡକରୀ ଯେଉଁମାନେ ମନ୍ତ୍ରୀ ହେବାକୁ ଇଛୁକ ଥିଲେ ସେମାନେ ଏବେ ଅସନ୍ତୁଷ୍ଟ। କାରଣ ମନ୍ତ୍ରୀ ହେବାକୁ ବିଧାୟକଙ୍କ ଭିଡ ବଢିଛି। ମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିବା ବିଧାୟକମାନେ ଜାଣନ୍ତି ନାହିଁ ସେମାନେ ଶପଥ ନେବାକୁ ସିଲେଇ କରିଥିବା ସୁଟ୍ କ’ଣ କରିବେ ? କହିଛନ୍ତି ଯଦି ଜଣେ ବ୍ୟକ୍ତି ସ୍ୱୀକାର କରେ ସେ ଯାହା ପାଇବାକୁ ଯୋଗ୍ୟ ତାହାଠାରୁ ଅଧିକ ପାଇଛି। ତାହେଲେ ସେହି ବ୍ୟକ୍ତି ସନ୍ତୁଷ୍ଟ ଓ ଖୁସି ହୋଇପାରିବ।

ଗଡକରୀ କହିଛନ୍ତି କର୍ପୋରେଟରମାନେ ବିଧାୟକ ହୋଇ ନ ଥିବାରୁ ଅସନ୍ତୁଷ୍ଟ। ମନ୍ତ୍ରୀ ହୋଇ ନ ଥିବାରୁ ବିଧାୟକମାନେ ଅସନ୍ତୁଷ୍ଟ। ମନ୍ତ୍ରୀମାନେ ଭଲ ବିଭାଗ ନ ପାଇବାରୁ ଅସନ୍ତୁଷ୍ଟ। ସେହିପରି ଯେଉଁମାନେ ମନ୍ତ୍ରୀ ହେବାକୁ ଯାଉଥିଲେ ସେମାନଙ୍କର ପାଳି ପଡିବ କି ନାହିଁ ତାହାକୁ ନେଇ ଚିନ୍ତାରେ ଅଛନ୍ତି। ହେଲେ ଗୋଟିଏ ହଲରେ କ୍ଷମତା ଅପେକ୍ଷା ଅଧିକ ଲୋକ ବସିପାରିବେ। କିନ୍ତୁ ବିଭାଗର ଆକାର ବୃଦ୍ଧି କରାଯାଇପାରିବ ନାହିଁ ବୋଲି ସେ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button