ସମ୍ପତ୍ତି ପାଇଁ ଦୁଇମହିଳା ୫ଜଣଙ୍କୁ ବିଷଦେଇ ମାରିଦେଲେ

ମୁମ୍ବାଇ : ମହାରାଷ୍ଟ୍ରର ଗଡଚିରୋଲିରେ ଗୋଟିଏ ପରିବାରର ପାଞ୍ଚଜଣ ସଦସ୍ୟ ରହସ୍ୟମୟ ମୃତ୍ୟୁ। ସମ୍ପତ୍ତି ପାଇଁ ଦୁଇ ମହିଳା ଏମାନଙ୍କୁ ବିଷ ଦେଇ ମାରିଥିବା ଜଣାପଡିଛି। ଏହି ଅପରାଧୀଦ୍ୱୟ ହେଲେ ସଂଘମିତ୍ରା ଓ ରୋଜା।

ଖବର ଅନୁଯାୟୀ ବୁଧୁବାର ପୋଲିସ ଦୁଇ ମହିଳାଙ୍କୁ ଗିରଫ କରିବା ପରେ ପ୍ରକୃତ ଘଟଣା ଲୋକଲୋଚନକୁ ଆସିଛି। ଗିରଫ ସଂଘମିତ୍ରା ସହ ତାଙ୍କ ସ୍ୱାମୀ ଓ ଶାଶୂ ଘର ଲୋକଙ୍କ ତିକ୍ତତା ଲାଗି ରହିଥିଲା। ସେହିପରି ରୋଜା ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ସମ୍ପର୍କୀୟଙ୍କ ଉପରେ ଥିଲେ ଅସନ୍ତୁଷ୍ଟ।ସେପ୍ଟେମ୍ବର ୨୦ରେ ଶଙ୍କର କୁମ୍ଭାରେ ଓ ପତ୍ନୀ ତଥା ରୋଜାଙ୍କ ନଣଦ ବିଜୟାଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ କିଛିଦିନ ଚିକିତ୍ସା ହେବାପରେ ୨୬ ତାରିଖରେ ଦୁହିଁଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ଘରର ମୁୁରବୀଙ୍କ ମୃତ୍ୟୁ ପରେ ବିଜୟାଙ୍କ ୨ଝିଅ କୋମଲ ଓ ଆନନ୍ଦା ଏବଂ ପୁଅ ରୋଶନ (ସଙ୍ଘମିତ୍ରାଙ୍କ ସ୍ଵାମୀ)ଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। ଡାକ୍ତରଖାନାରେ ଭର୍ତ୍ତି କରାଯିବାର ୨ସପ୍ତାହ ପରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ସମାନ କାରଣ ପାଇଁ ହେବାରୁ ଡାକ୍ତରଙ୍କର ସନ୍ଦେହ ହୋଇଥିଲା। ଶରୀରରେ ସମାନ ବିଷ ଥିବା ଦେଖି ଡାକ୍ତର ପୋଲିସକୁ ଜଣାଇବାରୁ ଆରମ୍ଭ ହୋଇଥିଲା ତଦନ୍ତ। ଜଣାପଡିଥିଲା ସଙ୍ଘମିତ୍ରା ଓ ରୋଜା ଦୁହେଁ ଅଭିଯୁକ୍ତ।

ଶାଶୁଘର ଲୋକଙ୍କ ପାଇଁ ସଙ୍ଘମିତ୍ରାଙ୍କ ବାପା ଜୀବନ ହାରିଥିବା ବେଳେ ବିଜୟା ନିଜ ଭାଇଙ୍କଠାରୁ ସମ୍ପତ୍ତି ଆଣିବାକୁ ଚାହୁଥିବାରୁ ରୋଜାଙ୍କର ତାଙ୍କ ଉପରେ ରାଗ ଥିଲା। ଦୁହେଁ କୁମ୍ଭାରେ ପରିବାରକୁ ଶେଷ କରିବାକୁ ଚାହୁଥିଲେ। ଏବେ ପରିବାରର ଅନ୍ୟ ୩ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button