ବିଜେପିର ୬୩ଜଣିଆ ସୋସିଆଲ ମିଡିଆ ଟିମ୍‌ ଗଠନ

ଭୁବନେଶ୍ଵର : ରାଜ୍ୟ ବିଜେପି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସୋଶାଲ ମିଡିଆ ଟିମକୁ ସୁଦୃଢ଼ କରିଛି। ଏହି ଟିମରେ ୨ଜଣ ରାଜ୍ୟ ସହସଂଯୋଜକ, ୧୨ଜଣ କୋରଟିମ୍ ସଦସ୍ୟ ଓ ୪୯ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରହିଛନ୍ତି।

ଖବର ଅନୁଯାୟୀ ରାଜ୍ୟ ବିଜେପି ସୋସିଆଲ ମିଡିଆ ଟିମ୍ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ ଆଜି ନିଜର ୬୩ଜଣିଆ ଟିମ୍ ଘୋଷଣା କରିଛନ୍ତି। ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନ ପରେ ଟିମ୍ ଘୋଷଣା ହୋଇଛି। ରାଜ୍ୟ ବିଜେପିର ସୋସିଆଲ ମିଡିଆ ଟିମ୍ ରାଜ୍ୟ ସହସଂଯୋଜକ ଭାବେ ଚିନ୍ମୟ ପଣ୍ଡା ଓ ସୂଚରିତା ଜେନାମଣିଙ୍କୁ ସାମିଲ କରାଯାଇଛି। ୧୨ଜଣ କୋର୍ ଟିମ୍ ସଦସ୍ୟ ଭାବେ ଅର୍ଜୁନ ଜଗତ, ବବଲୁ ମହାନ୍ତିି, ବିରଂଚି ପଣ୍ଡା, ଜିତେନ୍ଦ୍ର ପଟ୍ଟନାୟକ, କୃଷ୍ଣଚନ୍ଦ୍ର ଓଝା, ମାନସୀ ମଞ୍ଜରୀ ରାୟ, ମନୋଜ କୁମାର ବେହେରା, ପ୍ରଦୀପ୍ତ ଜେନା, ପ୍ରକାଶ ଚନ୍ଦ୍ର ନାୟକ, ପ୍ରଶାନ୍ତ ନାୟକ, ଶିଳ୍ପା ଗିରିଗୋସ୍ୱାମୀ ଓ ଶ୍ରୀନିବାସ ପଣ୍ଡାଙ୍କୁ ସ୍ଥାନ ମିଳିଛି। ସେହିପରି ରାଜ୍ୟ ସୋସିଶାଲ ମିଡିଆ କାର୍ଯ୍ୟକାରିଣୀରେ ୩୬ଜଣ ଜିଲ୍ଲା ସୋସିଶାଲ ମିଡିଆ ପ୍ରଭାରୀଙ୍କ ସମେତ ମୋଟ ୪୯ ଜଣଙ୍କୁ ମନୋନୀତ କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button