ବିଜେପି ସଭାରେ ଗୁଳି : ଜଣେ ଆହତ

ମାଧେପୁରା : ବିହାରର ମୁରଲୀଗଞ୍ଜ ବିଜେପିର କାର୍ଯ୍ୟକ୍ରମରେ ଗୁଳିମାଡ଼। ସଭା ଚାଲିଥିବା ବେଳେ ପଙ୍କଜ ପଟେଲ ନାମକ ଜଣେ ବ୍ୟକ୍ତି ଏକାଧିକ ରାଉଣ୍ଡ ଗୁଳି କରିବାରୁ ସଞ୍ଜୟ ଭଗତଙ୍କ ନାମକ ଜଣେ କର୍ମୀ ଗୁରୁତର ଆହତ ହୋଇଛନ୍ତି।

ଖବର ଅନୁଯାୟୀ କୌଣସି କାରଣରୁ ପଙ୍କଜ ଓ ସଞ୍ଜୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ଉଭୟଙ୍କ ସମର୍ଥକମାନେ ମାରପିଟ ଆରମ୍ଭ କରିଥିଲେ। ସେମାନେ ପରସ୍ପରକୁ ଚେୟାରରେ ପିଟିବାରୁ ସଭାସ୍ଥଳ ରଣକ୍ଷେତ୍ରରେ ପରିଣତ ହୋଇଥିଲା। ଏହାଦେଖି ପଙ୍କଜ ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଏକାଧିକ ରାଉଣ୍ଡ ଗୁଳି କରିଥିଲେ। ଗୋଟିଏ ଗୁଳି ସଞ୍ଜୟଙ୍କ ଗୋଡ଼ରେ ବାଜିଥିଲା। ସମର୍ଥକମାନେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲେ। ପୋଲିସ ପଙ୍କଜଙ୍କୁ ଗିରଫ କରିଥିବା ବେଳେ କ’ଣ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ତାହା ଜଣାପଡନାହିଁ।

Leave a Reply

Your email address will not be published. Required fields are marked *

Back to top button