ବିହାର : ମୁସଲିମ ବହୁଳ ଅଞ୍ଚଳରେ ଶୁକ୍ରବାର ସ୍କୁଲ ଛୁଟି

ପଟନା : ବିହାର ସରକାର ଉର୍ଦ୍ଦୁ ବିଦ୍ୟାଳୟ ଗୁଡ଼ିକ ପାଇଁ ସାପ୍ତାହିକ ଛୁଟି ଘୋଷଣା କରିଛନ୍ତି। ଯେଉଁ ଅଞ୍ଚଳରେ ମୁସଲମାନ ଜନସଂଖ୍ୟା ଅଧିକ ସେଠାରେ ରବିବାର ପରିବର୍ତ୍ତେ ଶୁକ୍ରବାର ହେବ ଛୁଟିଦିନ। ରହିବ। ଶୁକ୍ରବାର ଦିନ ଶୁକ୍ରବାର ଦିନ ମୁସଲମାନମାନଙ୍କ ପାଇଁ ସରକାରୀ ସାପ୍ତାହିକ ଛୁଟି ଘୋଷଣା କରିବାରେ ବିହାର ଦେଶର ପ୍ରଥମ ରାଜ୍ୟ ହେବାର ସମ୍ଭାବନା ରହିଛି।

ଖବର ଅନୁଯାୟୀ ବିହାର ଶିକ୍ଷା ବିଭାଗ ବିଜ୍ଞପ୍ତିରେ କୁହାଯାଇଛି ଏହି ଆଦେଶ କେବଳ ଉର୍ଦ୍ଦୁ ସ୍କୁଲ କିମ୍ବା ମକତବୋଗୁଡ଼ିକ ପାଇଁ ନୁହେଁ। ମୁସଲମାନ ଅଧ୍ୟୁଷିତ ଅଞ୍ଚଳର ଯେକୌଣସି ସରକାରୀ ବିଦ୍ୟାଳୟରେ କାର୍ଯ୍ୟକାରୀ ହେବ। ସେଠାରେ ରବିବାର ପରିବର୍ତ୍ତେ ଶୁକ୍ରବାର ହେବ ଛୁଟି। ଏଥିପାଇଁ ସମ୍ପୃକ୍ତ ଜିଲ୍ଲାର ଜିଲପାଳଙ୍କ ଅନୁମତି ନେବାକୁ ପଡ଼ିବ। ଯଦି ସେ ରାଜି ହୁଅନ୍ତି ତେବେ କୌଣସି ବିଦ୍ୟାଳୟରେ ରବିବାର ପରିବର୍ତ୍ତେ ଶୁକ୍ରବାର ଛୁଟି ଘୋଷଣା କରାଯାଇପାରିବ।

Leave a Reply

Your email address will not be published. Required fields are marked *

Back to top button