ଅଫିସ ଭିତରେ ମଦ୍ୟପାନ କରିପାରିବେ କର୍ମଚାରୀ

ନୂଆଦିଲ୍ଲୀ : ଏଣିକି କର୍ମଚାରୀମାନେ ମଦ ମଗାଇ ଅଫିସ ଭିତରେ ପିଇ ପାରିବେ। କିନ୍ତୁ ମାତ୍ରାଧିକ ମଦ୍ୟପାନ କରିପାରିବେ ନାହିଁ। ବାକୁ ଅନୁମତି ମିଳିନାହିଁ ।

ଗୋଟିଏ ପଟେ ଦେଶରୁ ମଦ ବ୍ୟାନ ବା ବନ୍ଦ କରିବା ପାଇଁ ବିଭିନ୍ନ ସଂଗଠନମାନେ ଦାବି କରୁଥିବା ବେଳେ ହରିଆଣା ସରକାର ନୂଆ ନିୟମ ପ୍ରଣୟନ କରି ସମସ୍ତଙ୍କୁ ନିରାଶ କରିଛନ୍ତି । ହରିଆଣାରେ ଖଟ୍ଟର ସରକାର ରାଜ୍ୟର ଅବକାରୀ ନୀତି ପରିବର୍ତ୍ତନ କରିଛନ୍ତି । ଏହି ନିୟମ ମୁତାବକ ଏବେ ଅଫିସ ଭିତରକୁ ମଦ ପ୍ରବେଶ ନେଇ ଅନୁମତି ଦେଇଛନ୍ତି । ଏବେ କର୍ମଚାରୀମାନେ ଅଫିସ ଭିତରକୁ ମଦ ମଗାଇ ପିଇ ପାରିବେ । ହେଲେ ମାତ୍ରାଧିକ ମଦ୍ୟପାନ କରିବାକୁ ଅନୁମତି ମିଳିନାହିଁ ।

ଖବର ଅନୁଯାୟୀ ହରିଆଣା ସରକାର ଅବକାରୀ ନୀତି ପରିବର୍ତ୍ତନ କରିଛନ୍ତି। ଜୁନ ୧୨ ତାରିଖ ଠାରୁ ଏହି ନିୟମ ଲାଗୁ ହେବାକୁ ଯାଉଛି। ଅବକାରୀ ନୀତି ୨୦୨୩-୨୪ ଅନୁସାରେ ରାଜ୍ୟରେ ଥିବା ବଡ ବଡ କର୍ପୋରେଟ ହାଉସର କର୍ମଚାରୀମାନେ କମ୍ ଆଲକହଲଯୁକ୍ତ ଯଥା ବିଅର ଓ ୱାଇନ ଭଳି ବ୍ରାଣ୍ଡର ମଦ ଅଫିସକୁ ନେଇପାରିବେ। ୫ ହଜାର କର୍ମଚାରୀ କାମ କରୁଥିବା କର୍ପୋରେଟ ଅଫିସକୁ ଏହା ନେବାପାଇଁ ଅନୁମତି ଦିଆଯାଇଛି। ହେଲେ କର୍ପୋରେଟ ଅଫିସକୁ ଆଲକହଲ ଯୋଗାଣ ପାଇଁ ଏକ ଲାଇସେନ୍ସ ନେବାକୁ ପଡିବ। ଯୋଗାଣକାରୀଙ୍କୁ ଏହି ଲାଇସେନ୍ସ ପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ ୧୦ ଲକ୍ଷ ଟଙ୍କା ଦେବାକୁ ପଡିବ।

ସୂଚନାଯୋଗ୍ୟ ହରିଆଣାର ନୂଆ ଅବକାରୀ ନୀତି ୨୦୨୩-୨୪କୁ ରାଜ୍ୟ ମନ୍ତ୍ରିମଣ୍ଡଳ ମଙ୍ଗଳବାର ମଞ୍ଜୁରୀ ଦେଇଛି। ଏହି ନୂଆ ନୀତି ଲାଗୁହେଲେ ଆସିବାକୁ ଥିବା ଟିକସରୁ ୪୦୦ କୋଟି ଟଙ୍କା ଯୋଗାଡ କରାଯିବ। ଏହି ଅର୍ଥ ରାଜ୍ୟ ପରିବେଶ ଓ ପଶୁ କଲ୍ୟାଣ ଫଣ୍ଡକୁ ଦିଆଯିବା। ଏହାଛଡା ଦେଶୀମଦ ଓ ବିଦେଶୀମଦ ଉପରେ ଉତ୍ପାଦ ଶ୍ଳୁକକୁ ସାମନ୍ୟ ବୃଦ୍ଧି କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button