ମହିଳା ସଂରକ୍ଷଣ ବିଲ୍ ଆଇନରେ ପରିଣତ ହେଲା

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ଅଧିନିୟମ)କୁ ଅନୁମୋଦନ କରିଛନ୍ତି। ଲୋକସଭାରେ ଏହି ବିଲ୍ ସେପ୍ଟେମ୍ବର ୨୦ରେ ଓ ୨୧ରେ ରାଜ୍ୟସଭାରେ ପାରିତ ହୋଇଥିଲା। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହୋଇଛି।

ଖବର ଅନୁଯାୟୀ ଏହି ଆଇନ କାର୍ଯ୍ୟକାରୀ ହେଲେ ଲୋକସଭା ଓ ରାଜ୍ୟସଭାରେ ମହିଳାମାନେ ୩୩ ପ୍ରତିଶତ ସଂରକ୍ଷଣ ପାଇବେ। ତେବେ ୨୦୨୬ ପରେ ଜନଗଣନା ଓ ପରବର୍ତ୍ତୀ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ପରେ ଏହି ଆଇନ କାର୍ଯ୍ୟକାରୀ ହେବ। ସଂସଦରେ ବିଲ୍ ପାରିତ ହେବାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଲିଙ୍ଗଗତ ନ୍ୟାୟ ପାଇଁ ଏହା ଆମ ସମୟର ସବୁଠାରୁ ପରିବର୍ତ୍ତନଶୀଳ ବିପ୍ଳବ ହେବ।

Leave a Reply

Your email address will not be published. Required fields are marked *

Back to top button