ସ୍କ୍ରବ ଟାଇଫସରେ ବରଗଡ଼ ଜିଲ୍ଲାର ୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ଵର : ବରଗଡ଼ରେ ସ୍କ୍ରବ ଟାଇଫସ ବ୍ୟାପୁଛି। ଏହି ଭୂତାଣୁ ଜନିତ ରୋଗରେ ସୋହେଲା ବ୍ଲକରୁ ଦୁଇଜଣଙ୍କର ଜୀବନ ଯାଇଥିବା ବେଳେ ଅତାବିରା, ଭେଡେନ୍‌ ଓ ବରପାଲିରୁ ଜଣେ ଲେଖାଏ ମୃତ୍ୟୁବରଣ କରିଛନ୍ତି। ଘଟିଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ଏବେ ସ୍କ୍ରବ ସାଇଫଲ ଭୂତାଣୁରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି।

ଖବର ଅନୁଯାୟୀ ବରଗଡ଼ ଜନସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଅଗଷ୍ଟ ୨୩ ତାରିଖ ସୁଦ୍ଧା ଜିଲ୍ଲାରେ ୧୭୮ଜଣଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଥିଲା। ସେଥିରୁ ୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେହିପରି ସେପ୍ଟେମ୍ବର ୧୩ ତାରିଖ ସୁଦ୍ଧା ଆଉ ୧୨୭ ଜଣଙ୍କ ଟେଷ୍ଟ କରାଯାଇଥିଲା। ଏଥିରୁ ଜଣଙ୍କ ଶରୀରରୁ ସ୍କ୍ରବ ସାଇଫଲ ଠାବ ହୋଇଛି। ପଜିଟିଭ୍‌ ଚିହ୍ନଟ ହୋଇଥିବା ସମସ୍ତ ୪ ଜଣ ବର୍ତ୍ତମାନ ସୁସ୍ଥ ଅଛନ୍ତି। ସେମାନଙ୍କର ଚିକିତ୍ସା ଚାଲିଛି।

ସୂଚନାଯୋଗ୍ୟ ଲାର୍ଭା ମାଇଟ୍ସ ନାମକ ଏକ ପୋକ ଚାଷ ଜମି ଓ ଜଙ୍ଗଲରେ ରହିଥାଏ । ସେହି ପୋକ କାମୁଡ଼ିଲେ ତା’ ଦେହରେ ଥିବା ଓରିଏଣ୍ଟାଲ୍‌ ଶୁଶୁକ ନାମକ ଏକ ବ୍ୟାକ୍ଟ୍ରିଆ ମଣିଷ ଶରୀର ଚମକୁ ଚାଲିଯାଇଥାଏ। ଯେଉଁ ସ୍ଥାନରେ ପୋକଟି କାମୁଡ଼ି ଥାଏ ସେଠାରେ ପ୍ରଥମେ ଗୋଟିଏ ଛୋଟିଆ ବ୍ରଣ ଘା’ ହୋଇଥାଏ। ଏହାକୁ ସ୍କ୍ରବ ଟାଇଫସ୍‌ କୁହାଯାଇଥାଏ। ସ୍କ୍ରବ ଟାଇଫସ ହେଲେ ଲମ୍ୱା ସମୟ ଧରି ଜ୍ୱର ହେବ। ହାତଗୋଡ଼ ଓ ତଣ୍ଟି ବିନ୍ଧିବା ସହିତ ଝାଡ଼ା ଓ କାଶ ହେବ। ପ୍ରାଥମିକ ଚିକିତ୍ସା କଲେ ରୋଗ ଭଲ ହୋଇଯାଏ। ଯେଉଁମାନେ ବିଳମ୍ୱରେ ମେଡିକାଲ୍‌ ଆସନ୍ତି ସେମାନଙ୍କୁ ବଞ୍ଚାଇବା କଷ୍ଟକର। କାରଣ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଗୁରୁତର ହୋଇଥିବା ରୋଗୀ ଦେହରେ ସେପ୍‌ଟିସେମିଆ ଓ ନିମୋନିଆ ଭଳି ରୋଗ ଦେଖାଯାଏ। ଏପରିକି କିଛି ଲୋକଙ୍କ ଶରୀରରେ କିଡ୍‌ନୀ ଜନିତ ସମସ୍ୟା ଦେଖାଦେଇଥାଏ। ଆଉ କିଛି ଲୋକ ବ୍ରେନ୍‌ ଇନ୍‌ଫେକ୍‌ସନ ହୋଇ ମୃତ୍ୟୁ ମୁଖରେ ପଡ଼ନ୍ତି। ଏଲ୍‌ଆଇସା କିଟ୍‌ ଦ୍ୱାରା ଟେଷ୍ଟ କଲେ ରୋଗ ସମ୍ପର୍କରେ ଜଣାପଡେ। ଏହି ଟେଷ୍ଟ ସବୁ ରାଜ୍ୟର ସବୁ ମେଡିକାଲ୍‌ ଓ ମେଡିକାଲ୍‌ କଲେଜରେ ଉପଲବ୍ଧ।

Leave a Reply

Your email address will not be published. Required fields are marked *

Back to top button