କାର-ଟ୍ରକ ଧକ୍କାରେ ୪ ଜଣଙ୍କ ମୃତ୍ୟୁ

କଟକ : ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚଗାଁ ପଞ୍ଚାୟତର ନୂଆସଡ଼କ ଛକ ନିକଟରେ ଘଟିଥିବା ସଡକ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁତର ଆହତ ଦୁଇଜଣଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ବିନ୍ଧାଣିମାର ଚନ୍ଦନ ଖଟୁଆ, ସୁବାସ ବେହେରା, ବାଣେଶ୍ୱରପଡ଼ାର ବାବୁଲି ରାଉତ ଓ ଅଭିମାନପୁରର ସିଲୁ ପୁଷ୍ଟି। ଗୁରୁତର ଆହତ ଜଣଙ୍କ ହେଉଛନ୍ତି ନୂଆପାଟଣାର ଦୀପକ ସାହୁ।

ଖବର ଅନୁଯାୟୀ ସୋମବାର ଅପରାହ୍ନରେ ଆଠଗଡ ପଟୁ ଆସୁଥିବା କାର ଓ ତିଗିରିଆ ପଟୁ ଯାଉଥିବା ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ କାରରେ ଥିବା ୫ ଜଣ ଯୁବକଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତକଙ୍କୁ ଗାଡିରୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ ଆଠଗଡ ମେଡ଼ିକାଲକୁ ପଠାଇଛି। ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବାରୁ ପୋଲିସ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *

Back to top button