ନୂଆ ଅବକାରୀ ନୀତି : ଲାଇସେନ୍ସ ଫି ବଢ଼ିବ

ଭୁବନେଶ୍ୱର : ରାଜ୍ୟରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ନୂଆ ଅବକାରୀ ନୀତି ଘୋଷଣା ହୋଇଛି। ଏଣିକି ଲାଇସେନ୍ସ ଫି ମହଙ୍ଗା ହେବ।

ଖବର ଅନୁଯାୟୀ ନୂଆ ଅବକାରୀ ନୀତିରେ ସହରାଞ୍ଚଳରେ ରୁମ୍‌ ବ୍ୟବସ୍ଥା ଥିବା ହୋଟେଲ୍‌କୁ ବାର୍‌ ପାଇଁ ଅନୁମତି ମିଳିବ। ଠିପି ବନ୍ଦ ମଦ ଦୋକାନ ଲାଇସେନ୍ସ ଫି ଲକ୍ଷେ ୧୦ ହଜାର୍‌ ପରିବର୍ତ୍ତେ ହେବ ଲକ୍ଷେ କୋଡ଼ିଏ ହଜାର୍‌। ଅବକାରୀ ବିଭାଗ ସୂତ୍ରରୁ ଏହା ଜଣାପଡିଛି।

ନୂଆ ଅବକାରୀ ନୀତିର ବ୍ୟବସ୍ଥା ଅନୁସାରେ ୨୦୨୩-୨୪ବର୍ଷରେ ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବନି। ଏହାଛଡା ଲେବଲ୍‌ ପଞ୍ଜୀକରଣ ଫି ୪୦ ହଜାର୍‌ରୁ ୫୦ ହଜାର୍‌ ହେବ ବୋଲି କୁହାଯାଇଛି। ତେବେ କେବଳ ଏଫଏଲ୍ ଅନ୍ ଲାଇସେନ୍ସଧାରୀଙ୍କୁ ଓଡ଼ିଶା ମଦ ନିଗମରୁ କେଜ୍ ବିୟର ଉଠାଇବାକୁ ଅନୁମତି ରହିଛି । ବିୟର ପାର୍ଲରଗୁଡ଼ିକ ବିୟର ସହ ୱାଇନ୍ ବିକ୍ରି କରିପାରିବେ । ଦେଶରେ ପ୍ରସ୍ତୁତ ବିଦେଶୀ ମଦ ( ଆଇଏମଏଫଏଲ) ଉପରେ ଅବକାରୀ ଟିକସ ସାମାନ୍ୟ ବୃଦ୍ଧି କରାଯାଇଛି। ତେବେ ବିଦେଶରେ ପ୍ରସ୍ତୁତ ବିଦେଶୀ ମଦ (ଏଫଏମଏଫଏଲ୍ ), ୱାଇନ୍ ଓ ବିୟର ଦର ଅପରିବର୍ତ୍ତିତ ରହିବ। ରାଜ୍ୟ ସରକାର ଇଜି ଅଫ ଡୁଇଙ୍ଗ ବିଜିନେସକୁ ପ୍ରୋତ୍ସାହିତ କରିବା ନିମନ୍ତେ ପରମିଟ୍‌, ଲାଇସେନ୍ସ, ପେମେଣ୍ଟ ଆଦି ଫାଇଭ-ଟିକୁ କାର୍ଯ୍ୟକାରୀ କରାଯାଇଥିବା ବେଳେ ଗୁଇନ୍ଦା ତଥ୍ୟ ଆଧାରରେ ଜ୍ଞାନକୌଶଳର ଉପଯୋଗ କରାଯାଇ ମଦ ଚୋରାଚାଲାଣ ଓ ବିକ୍ରିକୁ କଡ଼ାକଡ଼ି କରାଯିବ।

Leave a Reply

Your email address will not be published. Required fields are marked *

Back to top button