ଉତ୍ତରକୋରିଆକୁ ପରମାଣୁ ରାଷ୍ଟ୍ର ଘୋଷଣା କଲେ କିମ୍ ଜୋଙ୍ଗ୍

ନୂଆଦିଲ୍ଲୀ : ପରମାଣୁ ଅସ୍ତ୍ର ମାନ୍ୟତାକୁ ସମ୍ବିଧାନ ସହ ଯୋଡିଛି ଉତ୍ତରକୋରିଆ। ଉତ୍ତର କୋରିଆ ଗଣମାଧ୍ୟରେ ଆଜି ଏନେଇ ଖବର ପ୍ରକାଶ ପାଇଛି।

ପ୍ରକାଶିତ ଖବର ଅନୁଯାୟୀ ବୁଧବାର ଷ୍ଟେଟ ପିପୁଲ୍ସ ଆସେମ୍ବିଲ ବୈଠକରେ କିମ୍ ଜୋଙ୍ଗ କହିଛନ୍ତି ଉତ୍ତର କୋରିଆ ଆଣବିକ ଶକ୍ତି ନିର୍ମାଣ ନୀତିକୁ ଏକ ମୌଳିକ ରାଷ୍ଟ୍ରୀୟ ଆଇନ ଭାବେ ସ୍ଥାୟୀ କରାଯାଇଛି। ଯାହାକୁ କେହି ଉଲଙ୍ଘନ କରିବାକୁ ଅନୁମତି ନାହିଁ। ଏହା ଏକ ଐତିହାସିକ ଘଟଣା। ଯାହା ଜାତୀୟ ପ୍ରତିରକ୍ଷା କ୍ଷମତାକୁ ଯଥେଷ୍ଟ ସୁଦୃୃଢ କରିବା ପାଇଁ ଏକ ଶକ୍ତିଶାଳୀ ରାଜନୈତିକ ଶକ୍ତି ପ୍ରଦାନ କରିଛି।

କିମ୍ ଜୋଙ୍ଗ ଆମେରିକା, ଦକ୍ଷିଣ କୋରିଆ ଓ ଜାପାନ ମଧ୍ୟରେ ତ୍ରିପାକ୍ଷିକ ସହଯୋଗକୁ ନାଟୋର ଏସୀୟ ସଂସ୍କରଣ ବୋଲି ବର୍ଣ୍ଣନା କରିଛନ୍ତି। ଆଉ କହିଛନ୍ତି ଆମେରିକା ଓ ପାଶ୍ଚାତ୍ୟର ଆଧିପତ୍ୟବାଦୀ ରଣନୀତି ବିରୋଧରେ ଠିଆ ହୋଇଥିବା ଦେଶଗୁଡିକ ସହ ଏକତାକୁ ପ୍ରୋତ୍ସାହିତ କରିବାକୁ ଅଧିକାରୀମାନଙ୍କୁ ଅନୁରୋଧ। ଏହା କେବଳ ସବୁଠାରୁ ଖରାପ ବାସ୍ତବ ବିପଦ, ଧମକପୂର୍ଣ୍ଣ ବୟାନବାଜି କିମ୍ବା କୌଣସି କାଳ୍ପନିକ ସଂସ୍ଥା ନୁହେଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଚଳିତ ବର୍ଷ ଉତ୍ତରକୋରିଆ ରେକର୍ଡ ସଂଖ୍ୟକ ଅସ୍ତ୍ରଶସ୍ତ୍ର ପରୀକ୍ଷଣ କରିଛି। ଏଏଫପିର ରିପୋର୍ଟ ମୁତାବକ ୨୦୧୭ ପରେ ପିୟୋଙ୍ଗ୍ୟାଙ୍ଗ ପ୍ରଥମଥର ପାଇଁ ପରମାଣୁ ପରୀକ୍ଷଣ କରିପାରେ। ୨୦୦୬ ପରେ ଉତ୍ତରକୋରିଆ ମୋଟ ୬ଟି ପରମାଣୁ ପରୀକ୍ଷଣ କରିସାରିଛି।

Leave a Reply

Your email address will not be published. Required fields are marked *

Back to top button