ସ୍କୁଲ ଛାତ୍ରଛାତ୍ରୀ ଏଣିକି ‘ଇଣ୍ଡିଆ’ ବଦଳରେ ‘ଭାରତ’ ପଢ଼ିବେ

ନୂଆଦିଲ୍ଲୀ : ପାଠ୍ୟ ପୁସ୍ତକରେ ଦେଶର ନାଁ ଇଣ୍ଡିଆ ବଦଳରେ ଭାରତ କରିବାକୁ ଏନ୍‌ସିଆର୍‌ଟିର ୭ ଜଣିଆ କମିଟି ଶିକ୍ଷା ମନ୍ତ୍ରାଳୟକୁ ପ୍ରସ୍ତାବ ଦେଇଛି।

ଖବର ଅନୁଯାୟୀ କମିଟିର ପ୍ରସ୍ତାବକୁ ଯଦି ଗ୍ରହଣ କରାଯାଏ ତେବେ ଏନ୍‌ସିଆର୍‌ଟିର ପରବର୍ତ୍ତୀ ବହି ସେଟ୍‌ରେ ଇଣ୍ଡିଆର ନାଁ ବଦଳାଇ ଭାରତ ଲେଖାଯିବ। ପାଠ୍ୟ ପୁସ୍ତକରେ ପ୍ରାଚୀନ ଇତିହାସ ସ୍ଥାନରେ ଶାସ୍ତ୍ରୀୟ ଇତିହାସ ସାମିଲ ପାଇଁ କମିଟି ସୁପାରିଶ କରିଥିଲା। ଇତିହାସକୁ ଏବେ ପ୍ରାଚୀନ, ମଧ୍ୟଯୁଗୀୟ ଓ ଆଧୁନିକରେ ଆଉ ବିଭକ୍ତ କରା ଯିବନାହିଁ। କାରଣ ଭାରତ ଏକ ପୁରାତନ ରାଷ୍ଟ୍ର ଓ ବ୍ରିଟିଶ ସାମ୍ରାଜ୍ୟବାଦ ବିଷୟରେ ଅଜ୍ଞ। ବ୍ରିଟିଶମାନେ ଭାରତୀୟ ଇତିହାସକୁ ପ୍ରାଚୀନ, ମଧ୍ୟଯୁଗୀୟ ଓ ଆଧୁନିକରେ ବିଭକ୍ତ କରିଥିଲେ। ବର୍ତ୍ତମାନ ଏନ୍‌ସିଏଣ୍ଟ ଅର୍ଥ ପ୍ରାଚୀନ ବୋଲି କମିଟି ସଦସ୍ୟ କହିଛନ୍ତି।

ସାଧାରଣତଃ ଇଣ୍ଡିଆ ଶବ୍ଦର ବ୍ୟବହାର ଇଷ୍ଟ ଇଣ୍ଡିଆ କମ୍ପାନୀ ଓ ୧୭୫୭ର ପଲାସୀ ଯୁଦ୍ଧ ପରେ ଆରମ୍ଭ ହୋଇଥିଲା। ସେହିପରି ୭ ହଜାର ବର୍ଷ ପୁରୁଣା ବିଷ୍ଣୁ ପୁରାଣ ଭଳି ପ୍ରାଚୀନ ଲେଖାରେ ଭାରତ ଶବ୍ଦର ବ୍ୟବହାର ହୋଇଥିବା ଦେଖିବାକୁ ମିଳେ। ତେଣୁ ସମସ୍ତଙ୍କ ସହମତିରେ କମିଟି ସମସ୍ତ ଶ୍ରେଣୀର ବହିରେ ଇଣ୍ଡିଆ ବଦଳରେ ଭାରତ ନାଁ ବ୍ୟବହାର କରାଯିବା ଉଚିତ ବୋଲି ମତ ଦେଇଛି।

Leave a Reply

Your email address will not be published. Required fields are marked *

Back to top button