କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହେବ ‘ସହଭାଗିତା’

ଭୁବନେଶ୍ଵର : ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ ପୋଲିସ ଏହି ନୂଆ ରଣନୀତି ଆପଣାଇଛି। ଏଥିପାଇଁ ଆରମ୍ଭ ହେବ “ସହଭାଗିତା”। ରାଜଧାନୀର ବିଭିନ୍ନ ସୁନା ଦୋକାନ, ସପିଂ ମଲ ଓ ବଡ଼ ବଡ଼ ଦୋକାନମାନେ ଏଥିରେ ଯୋଡ଼ି ହେବେ।

ଖବର ଅନୁଯାୟୀ ସୂନାଚୋରି ଓ ଅନ୍ୟ ଅପରାଧ ରୋକିବା ପାଇଁ ଭୁବନେଶ୍ୱରର ସବୁ ଦୋକାନ, ମଲଗୁଡିକରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ କମିଶନରେଟ ପୋଲିସ କଣ୍ଟ୍ରୋଲ ରୁମକୁ ସେୟାର କରାଯିବ। ଅପରାଧକୁ ଚିହ୍ନଟ କରିବା ଓ ରୋକିବାରେ ଏହି ଫୁଟେଜ ସହାୟକ ହେବ। ସେଥିପାଇଁ ଦୋକାନୀମାନଙ୍କୁ ଅନୁରୋଧ କରାଯାଇଛି ଲଗାଇଥିବା ସିସିଟିଭି ମଧ୍ୟରୁ ଅତ୍ୟନ୍ତ ଗୋଟିଏ କ୍ୟାମେରା ରାସ୍ତା ଆଡ଼କୁ ରଖନ୍ତୁ। ଏହାଦ୍ୱାରା ଲୋକଙ୍କ ଗତିବିଧି ଉପରେ ନଜର ରଖିବାକୁ ସୁବିଧା ହେବ। ସିସିଟିଭିର ଆଇପି ଆଡ୍ରେସ ପୋଲିସ ସହ ସେୟାର କରିବାକୁ କୁହାଯାଇଥିବା ବେଳେ ସିସିଟିଭିର ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button