କେନ୍ଦ୍ରାପଡା : ବ୍ରାହ୍ମଣୀରେ ନିର୍ମାଣାଧୀନ ସେତୁ କାର୍ଯ୍ୟର ସମୀକ୍ଷା କଲେ ୫ଟି ଅଧ୍ୟକ୍ଷ
![କେନ୍ଦ୍ରାପଡା : ବ୍ରାହ୍ମଣୀରେ ନିର୍ମାଣାଧୀନ ସେତୁ କାର୍ଯ୍ୟର ସମୀକ୍ଷା କଲେ ୫ଟି ଅଧ୍ୟକ୍ଷ 1 janatakhabar.in](https://janatakhabar.in/wp-content/uploads/2023/12/k-pada-0001.jpg)
ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍। ସୋମବାର ଅପରାହ୍ନରେ ରାଜନଗର ବ୍ଲକର କେରଡାଗଡରେ ହେଲିକପ୍ଟର ଯୋଗେ ପହଞ୍ଚିବା ବ୍ରାହ୍ମଣୀ ନଦୀରେ ନିର୍ମାଣାଧୀନ ସେତୁ କାର୍ଯ୍ୟର ସମୀକ୍ଷା କରିଥିଲେ। ଏଥିସହ କେରଡାଗଡ ଜଗନ୍ନାଥ ମନ୍ଦିର ବିକାଶ କାର୍ଯ୍ୟର ଅଗ୍ରଗତି ନେଇ ଅଧିକାରୀଙ୍କ ସହ ଆଲୋଚନା କରିବା ସହିତ ସ୍ଥାନୀୟ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ।
![କେନ୍ଦ୍ରାପଡା : ବ୍ରାହ୍ମଣୀରେ ନିର୍ମାଣାଧୀନ ସେତୁ କାର୍ଯ୍ୟର ସମୀକ୍ଷା କଲେ ୫ଟି ଅଧ୍ୟକ୍ଷ 2 janatakhabar.in](https://janatakhabar.in/wp-content/uploads/2023/12/k-pada.jpg)
ଖବର ଅନୁଯାୟୀ ଗୋପାଳପୁର ଓ ମଦନପୁର ଛକରେ ମଧ୍ୟ ଜନସାଧାରଣଙ୍କୁ ସ୍ୱଳ୍ପ ସମୟ ପାଇଁ ଭି.କେ. ପାଣ୍ଡିଆନ୍ଉ ଦବୋଧନ ଦେଇଥିଲେl ପଟ୍ଟାମୁଣ୍ଡାଇ ଡାକବଙ୍ଗଳା ଛକ ଓ ଗୋଗୁଆ ଛକରେ ମଧ୍ୟରେ ଉପସ୍ଥିତ ଦଳୀୟ କର୍ମୀ ଓ ଜନସାଧାରଣଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କରିଥିଲେ ଆଲୋଚନାl ଖୁବଶୀଘ୍ର କେନ୍ଦ୍ରାପଡାରେ ଲକ୍ଷ୍ମୀ ବସ୍ ଚାଲିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ମହିଳା ଓ ଛାତ୍ରଛାତ୍ରୀଙ୍କ ପାଇଁ ଲକ୍ଷ୍ମୀ ବସରେ ଟିକେଟର ଦାମ୍ ୫ ଟଙ୍କା ରହିବ। ସେ କହିଲେ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଆପଣଙ୍କୁ ଖୁସି ଖବର ଦେବେ। ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେଉଁମାନେ କାର୍ଡ ପାଇନାହାନ୍ତି ସେମାନଙ୍କୁ ଖୁବଶୀଘ୍ର କାର୍ଡ ଯୋଗାଇ ଦିଆଯିବ। ଆମେ ସମସ୍ତେ ମିଶି ଓଡିଶା ପାଇଁ ଭଲ କାମ କରିବା। ମୁଖ୍ୟମନ୍ତ୍ରୀ କଥା କମ୍ କୁହନ୍ତି, କାମ କରି ଦେଖାନ୍ତି। ଆମେ ସମସ୍ତେ ତାଙ୍କର ଶିଷ୍ୟ। ବହୁତ କମ୍ କଥା କହିବି, କାମ କରିବି ବୋଲି ସେ କହିଛନ୍ତି।
ସନ୍ଧ୍ୟାରେ କେନ୍ଦ୍ରାପଡାର ତିନିମୁହାଣୀ ଛକ ଠାରେ ୫ଟି ଅଧ୍ୟକ୍ଷ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲାl ସେଠାରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ସେ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ପହଞ୍ଚିଥିଲେl ପ୍ରଥମେ ଉପସ୍ଥିତ ଜନତା ଓ ଶ୍ରଦ୍ଧାଳୁଙ୍କୁ ଉଦବୋଧନ ଦେଇଥିଲେl ପରେ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କରି ଭୁବନେଶ୍ଵର ଅଭିମୁଖେ ବାହାରିଥିଲେ। ୫ଟି ଅଧ୍ୟକ୍ଷ କେନ୍ଦ୍ରାପଡାରେ ପ୍ରାୟ ୪ ଘଣ୍ଟା ରହିବା ଭିତରେ ଅନେକ ଲୋକଙ୍କୁ ଭେଟିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ।