୨୨ ଓ ୨୩ରେ ଏସବୁ କାଳବୈଶାଖୀ

ଭୁବନେଶ୍ଵର : ରାଜ୍ୟରେ ହାଲୁକା ବର୍ଷା ଓ ଥଣ୍ଡା ପବନ ବହିବା ଯୋଗୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ତେବେ ଆସନ୍ତା ୨୨ ଓ ୨୩ ତାରିଖରେ କେତେକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି।

ପାଣିପାଗ ବିଭାଗର ପୂର୍ବନୁମାନ ୨୨ ଓ ୨୩ ତାରିଖ ଦୁଇଦିନ ରାଜ୍ୟରେ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବ। ଏଥିସହ ପବନର ବେଗ ଘଣ୍ଟା ପ୍ରତି ୪୦ ରୁ ୫୦ କି.ମି. ବହିପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସୂଚନା ଅନୁଯାୟୀ ୨୨ ତାରିଖ ସକାଳ ସାଢ଼େ ୮ଟାରୁ ୨୩ ତାରିଖ ସକାଳ ସାଢ଼େ ୮ଟା ଯାଏ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଲା କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦୁଝର, ମୟୂରଭଂଜ ଓ ସୁନ୍ଦରଗଡ। ୨୩ ତାରିଖରେ ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *

Back to top button