ବାଙ୍ଗିରିପୋଷୀ ଘାଟିରେ ପୋଲିସ ଭ୍ୟାନ୍‌ ବ୍ରେକ୍ ଫେଲ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରପୋଷୀ ଘାଟିରେ ପୋଲିସ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ। ଏଥିରେ ୧୦ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ବାଙ୍ଗିରିପୋଷି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ପୋଲିସ ଭ୍ୟାନ୍‌ କରଞ୍ଜିଆରୁ ବାରିପଦା ଯିବାବେଳେ ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା ହୋଇଛି। ବ୍ରେକ୍‌ ଫେଲ୍‌ ହେବାରୁ ଆଗରେ ଥିବା ଏକ ଟ୍ରକ୍‌ରେ ପିଟି ହୋଇଥିଲା। ଗାଡ଼ିରେ ପ୍ରାୟ ୨୦ ଜଣ ପୋଲିସ ଡ୍ୟୁଟିରେ ଯାଉଥିଲେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button