କଂଗ୍ରେସରେ ବିଦ୍ରୋହ : ପ୍ରଶ୍ନ ଉଠାଇଲେ କପିଲ ଓ ଗୁଲାମ ନବୀ

ନୂଆଦିଲ୍ଲୀ : ପଞ୍ଜାବର କଂଗ୍ରେସ ରାଜନୀତି ଦଳ କଂଗ୍ରେସ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ସିଦ୍ଧୁଙ୍କ ଇସ୍ତଫା ପରେ ହାଇକମାଣ୍ଡ ଚିନ୍ତାରେ ରହିଥିବାବେଳେ ଜି -୨୩ ନେତାମାନେ ପୁଣି ପ୍ରଶ୍ନ ଉଠାଇଲେଣି। କପିଲ ସିବଲଙ୍କ ପରେ ଗୁଲାମ ନବୀ ଆଜାଦ ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି କଂଗ୍ରେସ କାର୍ଯ୍ୟ କମିଟିର ବୈଠକ ଡକାଇବାକୁ ଦାବି କରିଛନ୍ତି।

ବୁଧବାର ଦଳର କାର୍ଯ୍ୟଶୈଳୀକୁ ନେଇ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ କହିଛନ୍ତି ଦୁର୍ଭାଗ୍ୟବଶତଃ କଂଗ୍ରେସ ପାଖରେ କୌଣସି ଅଧ୍ୟକ୍ଷ ନାହାନ୍ତି। ଜଣା ନାହିଁ କଂଗ୍ରେସରେ କିଏ ନିଷ୍ପତ୍ତି ନେଉଛି। ଲୋକେ ପାର୍ଟି ଛାଡି ଚାଲି ଯାଉଛନ୍ତି। ଏହା ଉପରେ ଚିନ୍ତା କରିବାର ଆବଶ୍ୟକତା ରହିଛି। ଏହାଛଡା ସେ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ତୁରନ୍ତ ଡାକିବାକୁ ଦାବି କରିଛନ୍ତି। ସିବଲ କହିଛନ୍ତି ମୁଁ ସେହି କଂଗ୍ରେସ ନେତାଙ୍କ ତରଫରୁ କହୁଛି ଯେଉଁମାନେ ଗତବର୍ଷ ଅଗଷ୍ଟରେ ପାର୍ଟି ହାଇକମାଣ୍ଡଙ୍କୁ ଚିଠି ଲେଖିଥିଲେ। ଆମେ ସିଡବ୍ଲ୍ୟୁସି ଓ କେନ୍ଦ୍ରୀୟ ଅଧ୍ୟକ୍ଷ ପଦର ନିର୍ବାଚନ ସମ୍ବନ୍ଧରେ ପାର୍ଟି କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାର ଅପେକ୍ଷା କରିଛୁ। ଆଉ କେତେ ଦିନ ଅପେକ୍ଷା କରିବୁ। ଆମେ କେବଳ ଏକ ମଜବୁତ ସାଙ୍ଗଠନିକ ଢାଞ୍ଚା ଚାହୁଁଛୁ। ଏହା ଉପରେ ସିଡବ୍ଲ୍ୟୁସି ବୈଠକରେ କୌଣସି ପ୍ରସଙ୍ଗରେ ଆଲୋଚନା ହେବା ଉଚିତ୍। ଆମେ କାହା ବିରୋଧରେ କିଛି କହୁନାହୁଁ। ଆମେ ପାର୍ଟି ସହିତ ଅଛୁ। ମାତ୍ର ବାସ୍ତବ ଏହା ଯେ, ଆମେ ପାର୍ଟିରେ କୌଣସି ନିର୍ବାଚିତ ସଭାପତି ନାହାନ୍ତି। ରାଜ୍ୟ କଂଗ୍ରେସ କମିଟିକୁ ଦିଲ୍ଲୀରୁ କଣ୍ଟ୍ରୋଲ କରାଯିବା ଉଚିତ୍ ନୁହେଁ ବୋଲି ସେ ମତ ଦେଇଛନ୍ତି।

ସେ କହିଛନ୍ତି, ଯେଉଁ ଲୋକ କଂଗ୍ରେସ ଛାଡି ଚାଲି ଯାଇଛନ୍ତି ଏବଂ ସେମାନେ ପୁଣି ଥରେ ଦଳକୁ ଫେରି ପାରିବେ। କାରଣ କଂଗ୍ରେସ ଏମିତି ଏକ ବିଚାରଧାରା ବିଶିଷ୍ଟ ଦଳ ଯାହା ଆଧାରରେ ଦେ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା। ଆମ ଲୋକେ ଦଳ ଛାଡୁଛନ୍ତି। ସୁଷ୍ମିତା ଚାଲିଗଲେ। ଫେଲୋରିଓ ଗେଲ, ସିନ୍ଧିଆ ଗଲେ, ଜିନିତ ପ୍ରସାଦ ଗଲେ। କେରଳର ସୁଧୀରନ ଚାଲିଗଲେ। ମୋର ପ୍ରଶ୍ନ ଏହା ଯେ, ଲୋକେ ପାର୍ଟି କାହିଁକି ଛାଡୁଛନ୍ତି ? ଏହାର ତ ଏକ ତର୍କସଙ୍ଗତ ଉତ୍ତର ରହିବା ଉଚିତ୍। ତେଣୁ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ହେବା ଉଚିତ୍ ବୋଲି ସିବଲ୍ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button