ଜୁନାଗଡ଼ ଶଙ୍କରପଲା ଗାଁ’ରେ ୩ ଜଣଙ୍କୁ ହତ୍ୟା

ଭାବନୀପାଟଣା : ଜୁନାଗଡ଼ ଥାନା ଅନ୍ତର୍ଗତ ଶଙ୍କରପଲା ଗାଁରେ ତ୍ରିପିଲ ମର୍ଡର। ମା’ ସହିତ ଶିଶୁପୁତ୍ର ଓ ଜଣେ ବୃଦ୍ଧଙ୍କୁ କରାଯାଇଛି ହତ୍ୟା। ମୃତକମାନେ ହେଲେ ରଇମତୀ ମାଝୀ, ଶିବଶକ୍ତି ମାଝୀ ଓ ମହେନ୍ଦ୍ର କୁମାର।

ଖବର ଅନୁଯାୟୀ ଆଜି ସନ୍ଧ୍ୟାରେ ଶଙ୍କରପଲା ଗାଁ’ର ରାସ୍ତାକଡ଼ରେ ବ୍ରଜ ମାଝୀଙ୍କ ସ୍ତ୍ରୀ ରେହମତୀ ମାଝୀ ଓ ଶିଶୁପୁତ୍ର ଶିବଶକ୍ତିଙ୍କ ସମେତ ମହେନ୍ଦ୍ର କୁମାରଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିଲା। ସ୍ଥାନୀୟ ଲୋକେ ଏହାଦେଖି ପୋଲିସକୁ ଖବର ଦେଇଥିଲେ। ମୃତକଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ଥିବା ବେଳେ ସେଠାରୁ ପୋଲିସକୁ ଏକ ଧାରୁଆ ଅସ୍ତ୍ର ମିଳିଛି। ତେଣୁ ସଂଦେହ ହେଉଛି କେହି ଦୁର୍ବୃତ୍ତ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏପରି ଘଟଣା ଘଟାଇଛି। ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସ୍ଥାନୀୟ ଲୋକେ କହୁଛନ୍ତି ମୃତ ମହିଳାଙ୍କର ସ୍ୱାମୀ ବ୍ରଜ ମାଝୀ ନିଜ ଖୁଡ଼ିକୁ ହତ୍ୟାକରି ୯ ବର୍ଷ ହେଲା ଜେଲରେ ଅଛନ୍ତି।

Leave a Reply

Your email address will not be published. Required fields are marked *

Back to top button