ପ୍ରଶ୍ନପତ୍ର ଲିକ୍ ମାମଲା : ୫୫ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ଵର : ଓଏସଏସସି ଜେଇ ସିଭିଲ ମେନ୍ ପରକ୍ଷାର ପ୍ରଶ୍ନପତ୍ର ଲିକ୍ ମାମଲାରେ ୫୫ ଜଣ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। କାହିଁକି ସେମାନଙ୍କୁ ଆଜୀବନ ଓଏସଏସସି ପରୀକ୍ଷାରୁ ବାସନ୍ଦ କରାନଯିବ ତାର ଉତ୍ତର ଦେବାକୁ କୁହାଯାଇଛି ବୋଲି ଅଧ୍ୟକ୍ଷ ଅଭୟ ଟ୍ୱିଟ କରି ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ଅଭୟ କହିଛନ୍ତି ୩୭ ପରୀକ୍ଷାର୍ଥୀଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। ସେମାନେ ଏଥିରେ ସଂପୃକ୍ତ ଅଛନ୍ତି କି ନାହିଁ ସେ ସଂପର୍କରେ ବାଲେଶ୍ୱର ପୋଲିସ ଠାରୁ ତଥ୍ୟ ମଗାଯାଇଛି। ଯିଏ ଓଏସଏସସିର କୌଣସି ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରିବ ତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।

ଅନ୍ୟପକ୍ଷରେ ଓଏସଏସସି ପ୍ରଶ୍ନପତ୍ର ଲିକରେ ସାମିଲ ଶିକ୍ଷକ ଗୋବିନ୍ଦ ତ୍ରିପାଠୀଙ୍କ ଗୁମର ଖୋଲିବାରେ ଲାଗିଛି। କନ୍ଧମାଳ ବାଲିଗୁଡ଼ା ଶିର୍ଷିପାଙ୍ଗା ପ୍ରାଥମିକ ସ୍କୁଲରେ ଚାକିରି କରୁଥିବା ଗୋବିନ୍ଦଙ୍କ ପାଖରେ ରହିଛି ଥର୍‌, ଇନୋଭା ଓ ଏକାଧିକ ଫ୍ଲାଟ୍‌। ମାତ୍ର ଜଣେ କନିଷ୍ଠ ଶିକ୍ଷକ ବର୍ଷ କେଇଟାରେ ଏତେ ସବୁ ସମ୍ପତ୍ତି କରିଥିଲେ। ଏହାଛଡା ନିଜ ଘର ଗଞ୍ଜାମ ବେଲଗୁଣ୍ଠାରେ ଏକ ଲୁଗା ଦୋକାନ ମଧ୍ୟ ରହିଛି। ସେ ବିଭିନ୍ନ ସହରକୁ ଫ୍ଲାଇଟରେ ବୁଲିବାକୁ ଯାଉଥିବା ବେଳେ ତାରକା ହୋଟେଲରେ ରହୁଥିଲେ। ତେଣୁ ତାଙ୍କ ସମ୍ପତ୍ତିକୁ ତଦନ୍ତ ପରିସରକୁ ଆଣି ବାଲେଶ୍ୱର ପୋଲିସ ଖୋଳତାଡ଼ କରୁଛି।

Leave a Reply

Your email address will not be published. Required fields are marked *

Back to top button