ଯୁବତୀଙ୍କୁ ଆତଙ୍କବାଦୀ ଅପହରଣ କରିନେଉଥିବା ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଇସ୍ରାଏଲର ଜଣେ ଯୁବତୀଙ୍କୁ ହମାସ ଆତଙ୍କବାଦୀ ଅପହରଣ କରିନେଉଥିବା ଭିଡିଓ ଭାଇରାଲ ହେଉଛି। ମୋତେ ହତ୍ୟା କରନାହିଁ ବୋଲି ଯୁବତୀ ଜଣକ ଆତଙ୍କବାଦୀଙ୍କୁ ନେହୁରା ହେଉଛନ୍ତି। ତାଙ୍କୁ ବଳପୂର୍ବକ ବାଇକରେ ବସାଇ ନିଆଯାଉଥିବା ବେଳେ ଛାଡି ଦେବାପାଇଁ ସେ ଆକୁଳ ନିବେଦନ କରୁଛନ୍ତି। ସେହି ସ୍ଥାନରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଆତଙ୍କବାଦୀ କାବୁ କରିଥିବା ଦେଖିବାକୁ ମିଳୁଛି।

ଖବର ଅନୁଯାୟୀ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ହମାସ ଆତଙ୍କବାଦୀଙ୍କ ବର୍ବରତାକୁ ନେଇ ଉଦବେଗ ପ୍ରକାଶ ପାଇଛି। ଅପହୃତ ଯୁବତୀ ୨୫ ବର୍ଷ ବୟସ୍କ ନୋଆ ଅର୍ଗାମନି। ରବିବାର ଗାଜା ସୀମା ନିକଟରେ ଆୟୋଜିତ ମ୍ୟୁଜିକ ଫେଷ୍ଟାଭାଲରେ ସେ ପୁରୁଷ ବନ୍ଧୁଙ୍କ ସହ ସାମିଲ ହୋଇଥିଲେ। ସେହି କାର୍ଯ୍ୟକ୍ରମ ଉପରେ ହମାସ ଆତଙ୍କବାଦୀ ଆକ୍ରମଣ କରିଥିଲେ।

ରକେଟ ଓ ଗୁଳିମାଡରେ କାର୍ଯ୍ୟକ୍ରମସ୍ଥଳ ଶ୍ମଶାନରେ ପରିଣତ ହୋଇଛି। ସେଠାରୁ କିଛି ଯୁବତୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ନୋଆଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କୁ ଉଦ୍ଧାର କରିବା ପାଇଁ ପରିବାର ଲୋକେ ଇସ୍ରାଏଲ ସେନାଙ୍କୁ ଅନୁରୋଧ କରିଥିଲେ। ଇସ୍ରାଏଲ ଓ ପାଲେଷ୍ଟାଇନ ଯୁଦ୍ଧରେ ମହିଳା ଓ ଶିଶୁ ଅଧିକ ପ୍ରଭାବିତ ହେଉଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button