ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କିସ୍‍ର ୩ ଛାତ୍ର କୃତକାର୍ଯ୍ୟ

ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଅନୁଷ୍ଠିତ ୨୦୨୧-୨୨ ପ୍ରଶାସନିକ ସେବା ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ଏଥିରେ କିସ୍‍ର ୩ଜଣ ଛାତ୍ର କୃତକାର୍ଯ୍ୟ ହୋଇଛନ୍ତି । ସେମାନେ ହେଲେ ସୁନ୍ଦରଗଡ଼ର ବିଶ୍ୱନାଥ ରଞ୍ଜନ କିଷାନ, ନୂଆପଡ଼ାର ଫାଲ୍‍ଗୁନୀ ଶବର ଓ କଳାହାଣ୍ଡିର ସନାତନ ମାଝୀ।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରର ସନାତନ ହେଉଛନ୍ତି ଆଦିମ ଜନଜାତି କୁଟିଆ କନ୍ଧ ସମ୍ପ୍ରଦାୟର । ଅନ୍ୟ ପକ୍ଷରେ ଚଳିତବର୍ଷ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ଅନୁଷ୍ଠିତ ୟୁଜିସି ନେଟ୍‍ ପରୀକ୍ଷାରେ କିସ୍‍ର ୧୦ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ଗୋଲକ କହଁର ଓ ବଳରାମ ଚମ୍ପିଆ ୟୁଜିସି ନେଟ୍‍ କ୍ୱାଲିଫାଏ କରିବା ସହ ଜେଆରଏଫ୍‍ ମନୋନୀତ ହୋଇଛନ୍ତି। ୟୁଜିସି ନେଟ୍‍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଅନ୍ୟ ଛାତ୍ରଛାତୀମାନେ ମାନେ ଜୟନ୍ତୀ ମାଝୀ, କୁନ୍ତଳା ଜାନୀ, ଭାରତୀ କୁଜୁର, ରେବତୀ ସିଂହ, କେଶବ ମାଝୀ, ଦେବହୂତି ପୁଟା, ସାନ୍ଥାରାମ ମାଝୀ ଓ ଜୟନ୍ତୀ ଭୋଇ ।

କିସ୍‍ର ଏହି ସଫଳତାରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଓ ୟୁଜିସି ନେଟ୍‍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିଜ ପ୍ରତିକ୍ରୟାରେ ଶ୍ରୀ ସାମନ୍ତ କହିଛନ୍ତି, ଜାତୀୟ ଓ ଜ୍ୟସ୍ତରରେ ହେଉଥିବା ପ୍ରଶାସନିକ ଓ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ କିସ୍‍ର ଛାତ୍ରଛାତ୍ରୀମାନେ ଯେଭଳି ଭଲ ପ୍ରଦର୍ଶନ କରିବେ ସେଥିପାଇଁ ଆମ ପ୍ରୟାସ କ୍ରମେ ସ୍ୱତନ୍ତ୍ର ତାଲିମ୍‍ ପ୍ରଦାନ କରାଯାଉଛି । ଭବିଷ୍ୟତରେ ଆହୁରି ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିବେ ସେଥିପାଇଁ ସେମାନଙ୍କୁ ପ୍ରସ୍ତୁତ କରାଯାଉଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button