ଜିନ୍ଦଲ ଷ୍ଟେନଲେସ୍‍ର ସିଏଚଆରଓ ଭାବେ ସୁରେଶ ବୋଷଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର : ଜିନ୍ଦଲ ଷ୍ଟେନଲେସ ଶ୍ରୀ ସୁରେଶ ବୋଷଙ୍କୁ ଏହାର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଭାବରେ ନିଯୁକ୍ତି ପ୍ରଦାନ କରିଛି । ମାନବ ସମ୍ବଳ କାର୍ଯ୍ୟକାରିତା ମୁଖ୍ୟ ଭାବରେ ଶ୍ରୀ ବୋଷ ଲୋକ କୌଶଳ, କାର୍ଯ୍ୟସ୍ଥଳ ସଂସ୍କୃତି, ପ୍ରତିଭା ପରିଚାଳନା ଏବଂ ଭବିଷ୍ୟତର ଅଭିବୃଦ୍ଧିକୁ ଆଗେଇ ନେବା ଦାୟିତ୍ୱ ନିର୍ବାହ କରିବେ । ଏକ ପସନ୍ଦଯୋଗ୍ୟ ନିଯୁକ୍ତିଦାତା ଭାବରେ ନିଜର ସ୍ଥିତି ସୁଦୃଢ କରିବା ଲକ୍ଷ୍ୟରେ କମ୍ପାନୀ ତାହାର ସମ୍ପ୍ରସାରଣ ଯୋଜନା ଆରମ୍ଭ କରିସାରିଥିବାବେଳେ ଶ୍ରୀ ବୋଷଙ୍କୁ ନିଯୁକ୍ତି ଦେବା ନିଷ୍ପତ୍ତି ନେଇଛି । ସମ୍ମିଳିତ ଭାବରେ ଜିନ୍ଦଲ ଷ୍ଟେନଲେସ କମ୍ପାନୀ ସମୂହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ୨୦,୦୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ।

ଏହି ନିଯୁକ୍ତି ସମ୍ପର୍କରେ ପ୍ରକାଶ କରି ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, “ଏକ ଦୀର୍ଘସ୍ଥାୟୀ ଏବଂ ଷ୍ଟେନଲେସ ଭାରତ ନିର୍ମାଣର ସୁଦୂର ପ୍ରସାରୀ ଯୋଜନା ଘରେ ହିଁ ଆରମ୍ଭ ହୋଇଥାଏ । ସାଂପ୍ରତିକ ପ୍ରଯୁକ୍ତି ଯୁଗରେ ଲୋକମାନେ ହିଁ ଯେକୌଣସି କମ୍ପାନୀ ପାଇଁ ବାସ୍ତବରେ ଭିନ୍ନତା ଆଣିପାରିବେ । ଆମେ ଏହି ଶିଳ୍ପର ସର୍ବଶ୍ରେଷ୍ଠ ପ୍ରତିଭାଙ୍କୁ ଆକର୍ଷିତ କରିବା, ନିଯୁକ୍ତି ଦେବା, ବଜାୟ ରଖିବା ଏବଂ ସେମାନଙ୍କର ଅଭିବୃଦ୍ଧି ଘଟାଇବାକୁ ଚାହୁଁଛୁ । ମାନବ ସମ୍ବଳର ସମସ୍ତ କ୍ଷେତ୍ରରେ ତାଙ୍କର ବିପୁଳ ଅଭିଜ୍ଞତା ବଳରେ ସୁରେଶ ଉଦାହରଣଯୋଗ୍ୟ କାର୍ଯ୍ୟ ଏବଂ ନେତୃତ୍ୱ ବଳରେ ଆମର ଭବିଷ୍ୟତ ରୂପାନ୍ତରଣକୁ ଆଗେଇ ନେବାକୁ ସମ୍ପୂର୍ଣ୍ଣ ଭାବରେ ଉପଯୁକ୍ତ ବୋଲି ମୁଁ ଦୃଢ ନିଶ୍ଚିତ ।”

ମାନବ ସମ୍ବଳର ବିବିଧ ବିଭାଗରେ ତିନି ଦଶନ୍ଧିର ଅଭିଜ୍ଞତା ହାସଲ କରିଥିବା ସୁରେଶ ବେଦାନ୍ତ ଗ୍ରୁପ୍‍, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଫୋର୍ଡ ମୋଟର୍ସ ଏବଂ ଲାର୍ସନ ଆଣ୍ଡ ଟୁବ୍ରୋ (ଏଲଆଣ୍ଡ୍‍ଟି) ଆଦି କମ୍ପାନୀରେ କାର୍ଯ୍ୟ କରିଛନ୍ତି । ସେ ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ, ଇଣ୍ଡିଆରୁ ପର୍ସନାଲ ମ୍ୟାନେଜମେଣ୍ଟ ଏବଂ ଇଣ୍ଡଷ୍ଟ୍ରିଆଲ ରିଲେସନ୍ସରେ ଦୁଇଟି ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହିତ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ଷ୍ଟଡିଜ, ନେଦରଲାଣ୍ଡ୍‍ସରୁ ଏମ୍ପ୍ଲୟମେଣ୍ଟ ଆଣ୍ଡ ଲେବର ଷ୍ଟଡିଜରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ।

ତାଙ୍କ ନିଯୁକ୍ତି ସମ୍ପର୍କରେ ପ୍ରକାଶ କରି ଶ୍ରୀ ବୋଷ କହିଛନ୍ତି, “ଭାରତର ସର୍ବବୃହତ ଷ୍ଟେନଲେସ ଷ୍ଟିଲ ବିନିର୍ମାଣକାରୀ କମ୍ପାନୀ ସହିତ ଯୋଗଦେଇ ମୁଁ ଆନନ୍ଦିତ, ଯେଉଁ କମ୍ପାନୀ ପରବତ୍ତୀ ପର୍ଯ୍ୟାୟ ଅଭିବୃଦ୍ଧି ପଥରେ ଅଗ୍ରସର ହେବାକୁ ଯାଉଛି । ଏକ ଅତ୍ୟୁଚ୍ଚ ନିୟୋଜିତ ଲୋକଶକ୍ତି, ଏକ ରୂପାନ୍ତରଣକାରୀ କାର୍ଯ୍ୟ ସଂସ୍କୃତି ଏବଂ ପ୍ରଗତିଶୀଳ ଭବିଷ୍ୟତ ଆଧାରିତ ନୀତିସମୂହ ଜରିଆରେ ଏହି ଅଭିବୃଦ୍ଧିକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ମୁଁ ରଖିଛି ।” ସୂଚନଯୋଗ୍ୟ ଯେ ଶ୍ରୀ ବୋଷ ଯଥେଷ୍ଟ ପଢାପଢି କରନ୍ତି ଏବଂ ଭ୍ରମଣ ଓ ସାଇକେଲ ଚାଳନାରେ ତାଙ୍କର ରୁଚି ରହିଛି ।

Leave a Reply

Your email address will not be published. Required fields are marked *

Back to top button