ରବି ଫସଲର ଏମଏସପି ବଢ଼ିଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ୨୦୨୨-୨୩ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି। ଫସଲ ବିବିଧକରଣକୁ ପ୍ରେତ୍ସାହିତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକ ବସିଥିଲା। ଏଥିରେ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସ୍ତାବକୁ ମଂଜୁରୀ ଦିଆଯାଇଛି। ମସୁର ଡାଲି ଓ ସୋରିଷର ଏମଏସପି କୁଇଣ୍ଟାଲ ପିଛା ସର୍ବାଧିକ ୪୦୦ ଟଙ୍କା ବୃଦ୍ଧି ହୋଇଛି। ଫଳରେ ମସୁର ଡାଲିର ଏମଏସପି କୁଇଣ୍ଟାଲ ପିଛା ୫୫୦୦ ଟଙ୍କା ଓ ସୋରିଷର ଏମଏସପି କୁଇଣ୍ଟାଲ ପିଛା ୫୦୫୦ ଟଙ୍କାକୁ ବୃଦ୍ଧି ପାଇଛି।

ସେହିପରି ଗହମର ଏମଏସପି କୁଇଣ୍ଟାଲ ପିଛା ୪୦ ଟଙ୍କା ବୃଦ୍ଧି ପାଇ ୨୦୧୫ ଟଙ୍କାରେ ପହଞ୍ଚିଥିବାବେଳେ ବୁଟର ଏମଏସପି କୁଇଣ୍ଟାଲ ପିଛା ୧୩୦ ଟଙ୍କା ବୃଦ୍ଧି ପାଇ ୫୨୩୦ ଟଙ୍କା ହୋଇଛି। ବାର୍ଲିର ଏମଏସପି କୁଇଣ୍ଟାଲ ପିଛା ୩୫ ଟଙ୍କା ବୃଦ୍ଧି ସହ ୧୬୩୫ ଟଙ୍କାରେ ପହଞ୍ଚିଛି। ଏହାଛଡ଼ା ବୟନ ଶିଳ୍ପ କ୍ଷେତ୍ର ପାଇଁ ୧୦,୬୮୩ କୋଟିର ଉତ୍ପାଦନ ସଂପର୍କିତ ପ୍ରେତ୍ସାହନ (ପିଏଲଆଇ)କୁ କେନ୍ଦ୍ର କ୍ୟାବିନେଟ୍ ମଂଜୁର କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button