କୋଟିପତି ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ଗିରଫ

ଭୁବନେଶ୍ଵର : ଆୟ ବର୍ହିଭୂତ ସମ୍ପତି ଠୁଳ କରିଥିବା ନବରଂଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ଜବତ ହୋଇଛି ୫କୋଟିରୁ ଅଧିକ ସମ୍ପତ୍ତି।

ଖବର ଅନୁଯାୟୀ ପ୍ରଶାନ୍ତ ରାଉତଙ୍କର ମୋଟ୍ ୫କୋଟି ୨୧ଲକ୍ଷ ୯ହଜାର ୬୫୯ଟଙ୍କାର ସମ୍ପତ୍ତି ରହିଛି। ଆୟ ଠାରୁ ଅଧିକ ୫୦୬ପ୍ରତିଶତ ସମ୍ପତି ଜବତ କରିବା ସହିତ ସୁନ୍ଦରଗଡ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଭିଜିଲାନ୍ସ ଏସପି ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରଶାନ୍ତଙ୍କ ନିକଟରେ ୫କୋଟିରୁ ଅଧିକ ଟଙ୍କାର ଆୟ ବର୍ହିଭୁତ ସମ୍ପତ୍ତି ରହିଛି। କିନ୍ତୁ ଏତେ ଟଙ୍କା କେଉଁଠୁ ଆଣିଲେ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରି ନାହାନ୍ତି। ଅନେକ ଲୋକଙ୍କ ନାଁରେ ବେନାମୀ ଆକାଉଂଟ ଖୋଲି ସେମାନଙ୍କ ନାଁରେ ଟଙ୍କା ରଖିଥିଲେ। ଏପର୍ଯ୍ୟନ୍ତ ଭିଜିଲାନ୍ସ ୫ଟି ବେନାମି ଆକାଉଂଟ ଠାବ କରିଛି।

Leave a Reply

Your email address will not be published. Required fields are marked *

Back to top button