ଲୋକସଭାରୁ ବହିଷ୍କାର ପରେ ସରକାରୀ ବଙ୍ଗଳା ଛାଡ଼ିବେ ମହୁଆ ମୈତ୍ର

ନୂଆଦିଲ୍ଲୀ : ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେବା ଅଭିଯୋଗରେ ଲୋକସଭାରୁ ବହିଷ୍କାର ହୋଇଥିଲେ ଟିଏସମି ସାଂସଦ ମହୁଆ ମୈତ୍ର। ଏବେ ସରକାରୀ ବଙ୍ଗଳା ଖାଲି କରିବେ। ସେଥିପାଇଁ ଗୃହ ଓ ସହର ବ୍ୟାପର ମନ୍ତ୍ରାଳୟକୁ ଚିଠି ଲେଖିଛି ହାଉସିଂ କମିଟି।

ସୂଚନାଯୋଗ୍ୟ ଏଥିକ୍ସ କମିଟିର ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବା ପରେ ଗତ ଡିସେମ୍ବର ୮ ତାରିଖରେ ମହୁଆଙ୍କୁ ବହିଷ୍କାର କରାଯାଇଥିଲା। ରିପୋର୍ଟ ଅନୁଯାୟୀ ମହୁଆ ସଂସଦରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ସମାଲୋଚନା କରୁଥିବା ପ୍ରଶ୍ନ ପଚାରିବା ବଦଳରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ନଗଦ ୨କୋଟି ଟଙ୍କା ଓ ବିଳାସପୂର୍ଣ୍ଣ ଉପହାର ସାମଗ୍ରୀ ସମେତ ଲାଞ୍ଚ ନେଇଥିଲେ। ଏଥିସହ ସେ ସଂସଦ ୱେବ୍‌ସାଇଟ୍‌ର ଲଗ୍‌ଇନ୍ ବିବରଣୀ ମଧ୍ୟ ହୀରାନନ୍ଦାନିଙ୍କୁ ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button