୮ ପୂର୍ବତନ ନୌସେନା କର୍ମଚାରୀଙ୍କ ମୃତ୍ୟୁ ଦଣ୍ଡାଦେଶ : ଭାରତ ଆବେଦନକୁ ଗ୍ରହଣ କଲେ କତ୍ତର୍‌ ଅଦାଲତ

ଦୋହା : ଭାରତର ୮ଜଣ ପୂର୍ବତନ ନୌସେନା କର୍ମଚାରୀଙ୍କୁ କତ୍ତରରେ ମୃତ୍ୟୁ ଦଣ୍ଡାଦେଶ ହୋଇଥିଲା। ଏହା ଉପରେ ଭାରତ ସରକାରଙ୍କ ଆବେଦନକୁ କତ୍ତରର ଏକ ଅଦାଲତ ଗ୍ରହଣ କରିଛି। ଏ ସମ୍ପର୍କରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କିଛି ସ୍ପଷ୍ଟ କରିନାହିଁ।

ଖବର ଅନୁଯାୟୀ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ବ୍ୟକ୍ତିଙ୍କ ପରିବାର ଲୋକେ କହିଛନ୍ତି କତ୍ତରର ଅଦାଲତ ଆବେଦନ ଗ୍ରହଣ କରିଛନ୍ତି। ଏହି ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ପୂର୍ବରୁ ଆବେଦନ ପତ୍ରରେ ଦର୍ଶାଯାଇଥିବା ବିଷୟ ଯାଞ୍ଚ କରାଯିବ। ଏହାର ଶୁଣାଣି ପାଇଁ ନୂଆ ତାରିଖ ଘୋଷଣା କରାଯିବ।

ସୂଚନାଯୋଗ୍ୟ କତ୍ତର୍‌ କୋର୍ଟ ଅଫ୍‌ ଫାଷ୍ଟ୍‌ ଇନ୍‌ଷ୍ଟାନ୍‌ସ୍‌ ଦ୍ଵାରା ବର୍ଷେ ଜେଲ୍‌ରେ ରହିଥିବା ୮ଜଣ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କୁ ଗତ ମାସରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା। ସେମାନେ ହେଲେ କ୍ୟାପ୍ଟେନ୍‌ ନବତେଜ ସିଂହ ଗିଲ୍‌, କ୍ୟାପ୍ଟେନ୍‌ ବୀରେନ୍ଦ୍ର କୁମାର ବର୍ମା, କ୍ୟାପ୍ଟେନ୍‌ ସୌରଭ ବଶିଷ୍ଟ, କ୍ୟାଡର୍‌ ଅମିତ ନାଗପାଲ୍‌, କ୍ୟାଡର୍‌ ପୂର୍ଣ୍ଣେନ୍ଦୁ ତିୱାରି, କ୍ୟାଡର୍‌ ସୁଗୁଣକର ପାକାଲା, କ୍ୟାଡର୍‌ ସଞ୍ଜୀବ ଗୁପ୍ତା ଓ ନାବିକ ରାଗେଶ। ଦାରା ଗ୍ଲୋବାଲ୍‌ ଟେକ୍ନୋଲୋଜି ଆଣ୍ଡ୍‌ କନ୍‌ସଲ୍‌ଟାନ୍‌ସି ସର୍ଭିସ୍‌ ପାଇଁ କାମ କରୁଥିବା ଏହି ୮ ଜଣ ଇସ୍ରାଏଲ୍‌ ତରଫରୁ ଗୁପ୍ତଚରଗିରି କରୁଛନ୍ତି ବୋଲି ଦୋଷ ଲଗାଯାଇ ୨୦୨୨ ଅଗଷ୍ଟରେ ସେମାନେ ଗିରଫ କରଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button