ରୁଷର ଶକ୍ତିଶାଳୀ ମିଜାଇଲକୁ ନଷ୍ଟ କଲା ୟୁକ୍ରେନ

ନୂଆଦିଲ୍ଲୀ : ରୁଷ ପାଇଁ ଚିନ୍ତାଜଣକ ବିଷୟ। ରୁଷର ଏକ ହାଇପରସୋନିକ୍ ମିଜାଇଲକୁ ୟୁକ୍ରେନ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ଵାରା ନଷ୍ଟ କରିଦେଇଛି। ୟୁକ୍ରେନ ବାୟୁ ସେନା ଶନିବାର ଏହି ସୂଚନା ଦେଇଛି।

ଖବର ଅନୁଯାୟୀ ରୁଷିଆ ୨୦୧୮ରେ ଏକ ଶକ୍ତିଶାଳୀ ହାଇପରସୋନିକ୍ ମିଜାଇଲ ପ୍ରସ୍ତୁତ କରିଥିଲା। ରାଷ୍ଟ୍ରପତି ପୁଟିନ ଏହାର ନାଁ ରଖିଥିଲେ କିଞ୍ଜଲ। ଷଷ୍ଠ ପିଢିର ହତିଆର ମଧ୍ୟରୁ ଗୋଟିଏ। ଏହାର ଅନାବରଣ କରିବା ସମୟରେ ପୁଟିନ ଦାବି କରିଥିଲେ ଏହି ମିଜାଇଲକୁ ଦୁନିଆର କୌଣସି ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଏୟାର ଡିଫେନ୍ସ ସିଷ୍ଟମ) ଦ୍ୱାରା ନଷ୍ଟ କରାଯାଇ ପାରିବ ନାହିଁ। ହେଲେ ୟୁକ୍ରେନ ନଷ୍ଟ କରିବାରେ ସଫଳ ହୋଇଥିବା ଦାବି କରିଛି।

ଅପରପକ୍ଷରେ ୟୁକ୍ରେନ ବାୟୁ ସେନାର କମାଣ୍ଡର ମାୟକୋଲା ଓଲେଖଚୁକ କହିଛନ୍ତି ଗୁରୁବାର ରାତିରେ କେଏଚ-୪୭ କିଞ୍ଜଲକୁ ଆମେରିକାର ପେଟ୍ରିୟଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା କିଭ୍ ବାହାରେ ନଷ୍ଟ କରାଯାଇଛି। ରୁଷ ଏ ସମ୍ପର୍କରେ କୌଣସି ଟିପ୍ପଣୀ କରିନାହିଁ। କିନ୍ତୁ ଦାବି କରୁଛି ଏହି ମିଜାଇଲରୁ ନଷ୍ଟ କରିବାର କୌଣସି ପ୍ରଣାଳୀ ପାଶ୍ଚାତ୍ୟ ଦେଶ ପାଖରେ ନାହିଁ।

Leave a Reply

Your email address will not be published. Required fields are marked *

Back to top button