ପ୍ରେମୀଯୁଗଳଙ୍କୁ ହତ୍ୟାକରି କୁମ୍ଭିରିଆ ନଦୀକୁ ଫିଙ୍ଗିଦେଲେ ମୃତଦେହ

ଭୋପାଳ : ପ୍ରେମ ବିରୋଧ। ପ୍ରେମୀଯୁଗଳଙ୍କୁ ହତ୍ୟାକରି ମୃତଦେହକୁ ପଥରରେ ବାନ୍ଧି କୁମ୍ଭୀରପୂର୍ଣ୍ଣ ନଦୀକୁ ଫିଙ୍ଗି ଦେଲେ। ଏଭଳି ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ରତନବାସାଇ ଗାଁ’ରେ ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ରତନବାସାଇ ଗାଁ’ର ଶିବାନୀ ତୋମାର ଓ ମୋରେନା ଜିଲ୍ଲାର ବାଲୁପୁରା ଗାଁ’ର ରାଧେଶ୍ୟାମ ତୋମାରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହାକୁ ଯୁବତୀଙ୍କ ପରିବାର ଲୋକ ବିରୋଧ କରି ଆସୁଥିଲେ। ଯୁବକଙ୍କ ବାପା ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ତାଙ୍କ ପୁଅ ଓ ତା’ର ପ୍ରେମିକା ନିଖୋଜ ଅଛନ୍ତି। ସେମାନଙ୍କୁ ହତ୍ୟା କରାଯାଇଥିବା ସେ ସନ୍ଦେହ କରୁଛନ୍ତି। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଥିଲା।

ପୋଲିସ ପ୍ରଥମେ ସନ୍ଦେହ କରୁଥିଲା ପ୍ରେମିକ-ପ୍ରେମିକା ଗାଁ ଛାଡି ପଳାଇଛନ୍ତି। କିନ୍ତୁ ଗାଁ’ର ଦୁଇଜଣ ଲୋକ ସେମାନେ ଗାଁ’ ବାହାରକୁ ଯାଉଥିବା ଦେଖିଥିଲେ। ଏହି ସୂଚନା ପାଇବା ପରେ ପୋଲିସ୍‌ ଝିଅର ବାପା ଓ ସମ୍ପର୍କୀୟଙ୍କୁ ଡାକି ପଚରାଉଚରା କରିବାରୁ ସେମାନେ ଅପରାଧ ସ୍ୱୀକାର କରିଥିଲେ। ଯୁବତୀଙ୍କ ସମ୍ପର୍କୀୟମାନେ କହିଛନ୍ତି ଜୁନ୍ ୩ରେ ସେମାନେ ଶିବନୀ ଓ ରାଧେଶ୍ୟାମଙ୍କୁ ଗୁଳିକରି ହତ୍ୟା କରିବା ପରେ ମୃତଦେହକୁ କୁମ୍ଭୀରଭରା ନଦୀକୁ ଫିଙ୍ଗି ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button