ମାର୍ଚ୍ଚ ୬ରୁ ନବମ ଶ୍ରେଣୀ ପରୀକ୍ଷା

ଭୁବନେଶ୍ଵର : ଆସନ୍ତା ମାର୍ଚ୍ଚ ୬ରୁ ରାଜ୍ୟରେ ନବମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ଆରମ୍ଭର ମାତ୍ର ୨ଘଣ୍ଟା ପୂର୍ବରୁ ଅର୍ଥାତ୍ ୭ଟାରୁ ୯ଟା ମଧ୍ୟରେ ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ। ସ୍କୁଲର ଶିକ୍ଷକ/ଶିକ୍ଷୟିତ୍ରୀମାନେ ନିଜ ସ୍କୁଲର ୟୁଜର ଆଇଡି ଓ ପାସୱାର୍ଡ ବ୍ୟବହାର କରି ଉକ୍ତ ପ୍ରଶ୍ନପତ୍ର ଡାଉନଲୋଡ୍ କରିପାରିବେ। ଏହାର ଜେରକ୍ସ ଅବା ପ୍ରିଣ୍ଟ ଆଉଟ ବାହାର କରି ପରୀକ୍ଷା କରିବେ।

ପରୀକ୍ଷା କାର୍ଯ୍ୟସୂଚୀ ଅନୁଯାୟୀ ମାର୍ଚ୍ଚ ୬ରେ ଦ୍ୱିତୀୟ ଭାଷା ଇଂରାଜୀ, ମାର୍ଚ୍ଚ ୭ରେ ତୃତୀୟ ଭାଷା ହିନ୍ଦି/ସଂସ୍କୃତ, ମାର୍ଚ୍ଚ ୯ରେ ବିଜ୍ଞାନ, ମାର୍ଚ୍ଚ ୧୧ରେ ଗଣିତ, ମାର୍ଚ୍ଚ ୧୨ରେ ସାମାଜିକ ବିଜ୍ଞାନ ଓ ମାର୍ଚ୍ଚ ୧୩ରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ରହିଛି।

Leave a Reply

Your email address will not be published. Required fields are marked *

Back to top button