ଧମକ ଦେଇ ଶାରୀରିକ ସଂପର୍କ ରଖିବାକୁ ଉଦ୍ୟମ : ପୂର୍ବତନ ପୋଲିସ ଅଧିକାରୀ ଗିରଫ

କନ୍ଧମାଳ : ବେଲଘର ଥାନା ଅଞ୍ଚଳରେ ଘଟିଛି ଲଜ୍ଜାଜଣକ ଘଟଣା। ପ୍ରାକ୍ତନ ଓଏପିଏଫ ପୋଲିସ ଅଧିକାରୀଙ୍କ କରନାମା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ବେଲଘର ଥାନାର ପ୍ରାକ୍ତନ ଓଏପିଏଫ ପୋଲିସ ଅଧିକାରୀ ସନ୍ତୋଷ ପ୍ରଧାନ ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିଥିଲେ। ଏହାପରେ ଅନ୍ତରଙ୍ଗ ସମୟର ଭିଡିଓ କରିଦେଇଥିଲେ ଭାଇରାଲ୍। କେବେଳ ସେତିକି ନୁହେଁ ମହିଳାଙ୍କ ଘରେ ପଶି ପୁଣି ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁକରିଥିଲେ। ଉତ୍ତମ ମଧ୍ୟମ ଦେବାପରେ ପୋଲିସରେ ଜିମା ଦେଇଛନ୍ତି।

ଅନ୍ୟପକ୍ଷରେ ମହିଳାଙ୍କ ଏତଲା ପରେ ବେଲଘର ପୋଲିସ ମାମଲା ରୁଜୁ କରିଛି। ସନ୍ତୋଷ ଆହତ ଅବସ୍ଥାରେ ତୁମୁଡ଼ିବନ୍ଧ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ଫେରାର ହୋଇଯାଇଥିଲେ। ଦୀର୍ଘ ୭ ଘଣ୍ଟା ପରେ ସିର୍ଲା ପଞ୍ଚାୟତର ବିରିମିଲା ଗାଁରୁ ପୋଲିସ ତାଙ୍କୁ ଧରିବା ସହିତ ଆଉ ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *

Back to top button