ବ୍ୟବହାରକାରୀଙ୍କ ହୃଦୟ ଜିତୁଛି ଏୟୁ ବ୍ୟାଙ୍କ କ୍ରେଡିଟ କାର୍ଡ

ଜୟପୁର : ଦେଶର ପ୍ରଥମ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଭାବରେ ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ ନିଜସ୍ୱ ବିବିଧ ବର୍ଗର କ୍ରେଡିଟ କାର୍ଡ ପ୍ରଚଳନ କରିଛି। ଏପର୍ଯ୍ୟନ୍ତ ମୋଟ ୪୦,୦୦୦ରୁ ଅଧିକ କ୍ରେଡିଟ କାର୍ଡ ଯୋଗାଇଦେଇଛି। ତନ୍ମଧ୍ୟରୁ ୫୦%ରୁ ଅଧିକ ପ୍ରଥମ ଥର କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କୁ ଯୋଗାଇ ଦିଆଯାଇଛି। ଚଳିତ ବର୍ଷ ଏପ୍ରିଲରେ କାର୍ଡ ପ୍ରଚଳନ କରାଯିବାର ସ୍ୱଳ୍ପ ସମୟ ମଧ୍ୟରେ ଏହି ସଫଳତା ହାସଲ କରାଯାଇଛି। ଏୟୁ ବ୍ୟାଙ୍କ ସହରାଞ୍ଚଳ ଓ ଦେଶର ଦୁର୍ଗମ ସ୍ଥାନଗୁଡିକ ସମେତ ୧୫୦ଟି ଜିଲାରେ ଗ୍ରାହକଙ୍କୁ ସୁରୁଖୁରୁରେ କ୍ରେଡିଟ କାର୍ଡ ହାସଲ କରିବାକୁ ସୁନିଶ୍ଚିତ କରିଛି।

ନିଜର ଗ୍ରାହକଙ୍କୁ ଅସୀମିତ ଜୀବନ ଜୀଇଁବାର ସୁଯୋଗ ପ୍ରଦାନ ଦର୍ଶନରେ ବିଶ୍ୱାସ ରଖୁଥିବା ଏୟୁ ବ୍ୟାଙ୍କ ସେମାନଙ୍କ ପାଇଁ ଅନନ୍ୟ ଫାଇଦା ଅତି ନିଖୁଣ ଭାବରେ ପହଞ୍ଚାଇବାକୁ ପଦକ୍ଷେପ ନେଇଛି । ସମସ୍ତ ବର୍ଗର ଗ୍ରାହକଙ୍କ ଆବଶ୍ୟକତାକୁ ମନ ମଧ୍ୟରେ ରଖି ଏୟୁ ବ୍ୟାଙ୍କ ରେଳବାଇ ଲାଉଞ୍ଜକୁ ମାଗଣାରେ ପ୍ରବେଶ କରିବା ଭଳି ଅଳ୍ପକିଛି ଅନନ୍ୟ ବୈଶିଷ୍ଟ୍ୟ ପ୍ରଦାନ କରୁଛି । ବ୍ୟାଙ୍କ ମଧ୍ୟରେ ଏହି ଶିଳ୍ପରେ ପ୍ରଥମ ଥର ପାଇଁ ଡିଭାଇସ ସୁରକ୍ଷା ଯୋଜନା ପ୍ରଚଳନ କରିଛି, ଯେଉଁଥିରେ ଏୟୁ ବ୍ୟାଙ୍କ କ୍ରେଡିଟ କାର୍ଡ ବ୍ୟବହାର କରି କ୍ରୟ କରାଯାଉଥିôବା ସମସ୍ତ ଯୋଗ୍ୟ ଇଲେକ୍ଟ୍ରୋନିକ ଉପକରଣ ପାଇଁ ମାଗଣାରେ ସ୍କ୍ରିନ ପ୍ରତି କ୍ଷତି ପହଞ୍ଚିବାର ଭରଣା ଏବଂ ବର୍ଦ୍ଧିତ ୱାରାଣ୍ଟି ପ୍ରଦାନ କରାଯାଉଛି । ଏକ ଅସୀମିତ ଜୀବନ ନିର୍ବାହ ଅନୁଭବ ପାଇଁ ମହିଳାମାନଙ୍କୁ ସଶକ୍ତ କରିବା ସକାଶେ ଏୟୁ ବ୍ୟାଙ୍କ ଏକ ସ୍ୱତନ୍ତ୍ର ଆଲଟୁରା ପ୍ଲସ କ୍ରେଡିଟ କାର୍ଡ ଯୋଗାଇ ଦେଉଛି । ଭବିଷ୍ୟତରେ ବ୍ୟାଙ୍କର ବ୍ରାଣ୍ଡ୍‍ ଆମ୍ବାସାଡର ଶ୍ରୀ ଅମିର ଖାଁ ଏବଂ କିଆରା ଆଡଭାନିଙ୍କ ଫଟୋ ଥିବା ସୀମିତ ସଂସ୍କରଣ କାର୍ଡ ପ୍ରଚଳନ କରିବା ଦିଗରେ ବ୍ୟାଙ୍କ ମଧ୍ୟ କାର୍ଯ୍ୟ କରୁଛି ।

ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କର କ୍ରେଡିଟ କାର୍ଡ ବିଭାଗ ମୁଖ୍ୟ ମୟଙ୍କ ମାର୍କଣ୍ଡେ କହିଛନ୍ତି ଏୟୁରେ ଆମେ ଆମର ବ୍ରାଣ୍ଡ୍‍ ବିଶେଷତ୍ୱ ‘ବଦଲାଓ ହମ୍‍ସେ ହୈ’କୁ ନେଇ ଅତ୍ୟନ୍ତ ଆବେଗର ସହିତ ଅଗ୍ରସର ହେଉଛୁ। ଆମର ସହରାଞ୍ଚଳ ଜନସଂଖ୍ୟା ବ୍ୟତୀତ ଆମେ ଆମର କ୍ରେଡିଟ କାର୍ଡଗୁଡିକୁ ନେଇ ଗ୍ରାମାଞ୍ଚଳ ଓ ଅର୍ଦ୍ଧସହରାଞ୍ଚଳ ସ୍ଥାନଗୁଡିକରେ ଗ୍ରାହକଙ୍କୁ ସଶକ୍ତ କରିବା ଲକ୍ଷ୍ୟ ରଖିଛୁ। ଏକ ଆତ୍ମତୃପ୍ତିର ଅନୁଭବ ପାଇବା ପାଇଁ ସେମାନଙ୍କୁ ଏହି ସୀମିତ ଦେଣା ବ୍ୟବସ୍ଥା ଥିବା ସାଧନ ଯୋଗାଇଦେବାକୁ ଆମେ ସଚେତନ ଭାବରେ କାର୍ଯ୍ୟ କରୁଛୁ । ଆମର ସମସ୍ତ ଉତ୍ପାଦ ଭଳି ଆମର କ୍ରେଡିଟ କାର୍ଡଗୁଡିକୁ ନେଇ ଆମେ ଗ୍ରାହକଙ୍କର ବିଶ୍ୱାସ, ବିଶେଷକରି ଅନେକ ପ୍ରଥମ ଥର ବ୍ୟବହାରକାରୀଙ୍କ ବିଶ୍ୱାସ ଜିତିବା ନେଇ ଆନନ୍ଦ ଅନୁଭବ କରୁଛୁ । ଭିନ୍ନ ଭାବରେ ଛୋଟ ଛୋଟ କାର୍ଯ୍ୟକରି ଏବଂ ଆମ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗକୁ ଅଧିକ ସ୍ୱାଚ୍ଛନ୍ଦ୍ୟ କରିଦେଇ ସେମାନଙ୍କ ପାଇଁ ମୂଲ୍ୟ ଆଣିଦେବା କ୍ଷେତ୍ରରେ କିଛି ଅନନ୍ୟ କରୁଥିବାରୁ ଗର୍ବିତ ଅନୁଭବ କରୁଛୁ । ଏଭଳି ସ୍ୱଳ୍ପ ସମୟ ମଧ୍ୟରେ ୫୦%ରୁ ଅଧିକ ଗ୍ରାହକଙ୍କୁ ପ୍ରଥମ ଥର କ୍ରେଡିଟ କାର୍ଡ ବ୍ୟବହାରକାରୀ ଭାବରେ ସଂଯୁକ୍ତ କରି ଆମେ ଏକ ନୂତନ ଆରମ୍ଭ ଦିଗରେ ଅଗ୍ରସର ହେଉଥିବା ମୋର ବିଶ୍ୱାସ ।”
ଇତିମଧ୍ୟରେ ଏୟୁ ବ୍ୟାଙ୍କର ଆକର୍ଷଣୀୟ ବର୍ଗର କ୍ରେଡିଟ କାର୍ଡଗୁଡିକ ଯଥା ଆଲଟୁରା, ଆଲଟୁରା ପ୍ଲସ, ଭେଟ୍ଟା ଏବଂ ଜେନିଥ ଆଦି ଚାରିଟି ପ୍ରକାରରେ ସମାଜର ସବୁ ବର୍ଗର ଆବଶ୍ୟକତା ପୂରଣ କରିପାରୁଛି।

Leave a Reply

Your email address will not be published. Required fields are marked *

Back to top button