ତୃଣମୂଳ କଂଗ୍ରେସରେ ମିଶିବେ ଗୋଆନେତା ଲୁଇଜିହ୍ନୋ ଫଲେରିଓ

ପାନାଜୀ : ଗୋଆର ବର୍ଷିୟାନ୍‌ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିହ୍ନୋ ଫଲେରିଓ ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ‌ ପାର୍ଟିରେ ୪୦ ବର୍ଷ ଧରି ସଦସ୍ୟ ଥିବା ଫଲେରିଓ ‘ତୃଣମୂଳ କଂଗ୍ରେସ’ରେ ଯୋଗଦେବେ ବୋଲି ଶୁଣାଯାଉଛି।

ଖବର ଅନୁଯାୟୀ ଇସ୍ତଫା ପୂର୍ବରୁ ଲୁଇଜିହ୍ନୋ ଫଲେରିଓ କହିଥିଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜଣେ ‘ଷ୍ଟ୍ରିଟ୍‌ଫାଇଟର୍‌’ ଏବଂ ସେ ‘ବିଜେପି’କୁ କଡ଼ା ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ କରାଇପାରିବେ। ଆଉ ଗଣମାଧ୍ୟମକୁ କହିଲେ ମମତା ବାନାର୍ଜୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ମୁକାବିଲାର ସମ୍ମୁଖୀନ କରାଇଛନ୍ତି। ବଙ୍ଗରେ ମମତାଙ୍କ ସୂତ୍ର ବିଜୟୀ ହୋଇଛି। ‘ବିଜେପି’ ସହ ଲଢ଼ିବା ପାଇଁ ସର୍ବୋତମ ତଥା ଉପଯୁକ୍ତ ଭାବେ ସଜ୍ଜିତ ‘ତୃଣମୂଳ କଂଗ୍ରେସ’କୁ ସେ ‘କଂଗ୍ରେସ’ରୁ ଗଜୁରିଥିବା ଶାଖା ବୋଲି ମନେକରନ୍ତି। ତେଣୁ ସେ ବୃହତ୍ତର କଂଗ୍ରେସ ପରିବାରର ସଦସ୍ୟ ହୋଇ ରହିବେ ବୋଲି କହିଛନ୍ତି।

ସେ କହିଛନ୍ତି ମୁଁ କିଛି ଲୋକଙ୍କୁ ଭେଟିଲି। ୪୦ ବର୍ଷ ହେବ କଂଗ୍ରେସିଆ ‌ହୋଇ ରହିଛି ବୋଲି ସେମାନେ ମୋତେ କହିଲେ। ମୁଁ କଂଗ୍ରେସ ପରିବାରରେ ଜଣେ କଂଗ୍ରେସିଆ ହୋଇ ରହିବି। ଚାରିଟିଯାକ କଂଗ୍ରେସ ମଧ୍ୟରୁ ମମତା ବାନାର୍ଜୀ ହିଁ ମୋଦୀ ଓ ତାଙ୍କ ଦୁର୍ବାର କର୍ମୀଙ୍କୁ କଡ଼ା ମୁକାବିଲାର ସମ୍ମୁଖୀନ କରାଇପାରିଛନ୍ତି। ବଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ୨୦୦ ଏବଂ ଅମିତ ଶାହ ୨୫୦ଟି ସଭା କରିଥିଲେ। ଏହାଛଡ଼ା ‘ଇଡି’ ଓ ‘ସିବିଆଇ’ ଥିଲେ ମଧ୍ୟ ମମତା ସୂତ୍ର ବିଜୟୀ ହେଲା। ତେବେ ମିଳିଥିବା ସୂଚନା ହେଲା ଫଲେରିଓଙ୍କ ସହ ଆଲୋଚନା ପାଇଁ ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ଡେରେକ୍‌ ଓ’ବ୍ରାଇନ୍‌ ଓ ପ୍ରସୂନ ବାନାର୍ଜୀ ଗୋଆରେ ଅଛନ୍ତି।

Leave a Reply

Your email address will not be published. Required fields are marked *

Back to top button