ପତ୍ନୀ ଓ ପୁତୁରାଙ୍କୁ ଗୁଳିମାରି ପୋଲିସ ଅଧିକାରୀଙ୍କ ଆତ୍ମହତ୍ୟା

ପୁଣେ : ମହାରାଷ୍ଟ୍ରର ପୁଣେ ସହରରେ ଜଣେ ସହକାରୀ ପୋଲିସ କମିସନର୍‌ ତାଙ୍କ ପତ୍ନୀ ଓ ପୁତୁରାଙ୍କୁ ଗୁଳିମାରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ରବିବାର ରାତିରେ ଏହି ଘଟଣା ଘଟିଥିଲେ ହେଁ ଏହାର କାରଣ ଜଣାପଡ଼ି ନାହିଁ।

ଖବର ଅନ୍ୟଯାୟୀ ଅମରାବତୀରେ ଏସିପି ଭାବେ ନିଯୁକ୍ତ ଭରତ ଗାଏକ୍‌ୱାଡ୍‌ ବାନେର୍‌ ଅଞ୍ଚଳରେ ଥିବା ଘରକୁ ଆସିଥିଲେ। ବିଳମ୍ବିତ ରାତିରେ ସେ ପ୍ରଥମେ ପତ୍ନୀ ମୋନି ଗାଏକ୍‌ୱାର୍ଡଙ୍କ ମୁଣ୍ଡକୁ ଗୁଳି ମାରିଥିଲେ। ଶବ୍ଦ ଶୁଣି ପୁଅ ଓ ପୁତୁରା ଦୌଡ଼ି ଆସି କବାଟ ଖୋଲିବାକ୍ଷଣି ଭରତ ପୁତୁରା ଦୀପକକୁ ଗୁଳିକରି ନିଜେ ଆତ୍ମହତ୍ୟା କରିଥିଲେ। ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିବା କହିଛି।

Leave a Reply

Your email address will not be published. Required fields are marked *

Back to top button