ଭବାନୀପୁରରୁ ଜିତିଲେ ମମତା

କୋଲକାତା : ଭବାନୀପୁର ବିଧାନସଭା ଉପନିର୍ବାଚନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ୫୮,୮୩୨ ଭୋଟରେ ପରାଜିତ କରିଛନ୍ତି। ୨୦୧୧ରେ ଏହି ଆସନରୁ ପ୍ରତିଦ୍ୱନ୍ଦିତା କରି ମମତା ୫୪,୨୧୩ ଖଣ୍ଡ ଭୋଟ୍ ପାଇଥିଲେ।

ବିଜୟ ପରେ ମମତା କହିଛନ୍ତି ଆମେ ଏଥର ସମସ୍ତ ୱାର୍ଡରେ ଜିତିଛୁ। ବିଧାନ ସଭା ନିର୍ବାଚନରେ ବହୁ ଷଡଯନ୍ତ୍ର ହୋଇଥିଲା। ସମଗ୍ର ବେଙ୍ଗଲର ନଜର ଭବାନୀପୁର ଉପରେ ଥିଲା। ବିଜୟୀ ପାଇଁ ମୁଁ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଉଛି। ସେହିପରି ଟିଏମସି ସଂଯୋଜକ ଆଶିମ୍ ବସୁ କହିଛନ୍ତି ଏହି ୱାର୍ଡ ମିନି ଭାରତକୁ ପ୍ରତିନିଧିତ୍ୱ କରୁଛି। ଏଠାରେ ଆମର ସମସ୍ତ ସମ୍ପ୍ରଦାୟ ଅଛନ୍ତି ଓ ଦିଦି ଏକ ବଡ଼ ବ୍ୟବଧାନରେ ଜିତିଛନ୍ତି। ମମତା ମିନି ଭାରତରୁ ବିପୁଳ ସମର୍ଥନ ପାଇଛନ୍ତି ବୋଲି ଏହା ପ୍ରମାଣ କରେ। ଏହି ସୋ’ ଆଗକୁ ଜାରି ରହିବ। ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ ଓ କଂଗ୍ରେସର କିର୍ତ୍ତୀ ଆଜାଦ ବାନାର୍ଜୀଙ୍କ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଗୋଆ ଠାରୁ ତ୍ରିପୁରା ପର୍ଯ୍ୟନ୍ତ ଟିଏମସି ସମର୍ଥକ ଓ କର୍ମୀମାନେ ବିଜୟ ଉତ୍ସବ ପାଳିଛନ୍ତି। ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲ ପରାଜୟକୁ ସ୍ୱୀକାର କରିବା ସହ ମମତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଅନ୍ୟପକ୍ଷରେ ଗଣମାଧ୍ୟମକୁ ସମ୍ବୋଧିତ କରି ମମତା କହିଛନ୍ତି ଭବାନୀପୁର ରାସ୍ତା ଦେଖାଇଥିବାରୁ ମୁଁ ସନ୍ତୁଷ୍ଟ। ସେ କହିଛନ୍ତି ସମସ୍ତ ଆଖି ଏହି ଆସନ ଉପରେ ଥିଲା। ମୁଁ ଅଧିକ କାମ କରିବାକୁ ପ୍ରେରଣା ପାଇଛି। ଲୋକଙ୍କ ପାଇଁ ମୁଁ ବିଜୟ ଚିହ୍ନ (ଭି) ଦେଖାଇବି ନାହିଁ। ବିଜୟ ପାଇଁ ମୁଁ ୩ଟି-ଆଙ୍ଗୁଠି ଚିହ୍ନ ଦେଖାଇବି। କାରଣ ମୁଁ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରୁନାହିଁ। ଜାଙ୍ଗିପୁର ଓ ସାମସରଗୁଞ୍ଜରେ ମୋର ସହକର୍ମୀମାନେ ମଧ୍ୟ ଜିତୁଛନ୍ତି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button