ରାୟଗଡ଼ା ଡିଏଫ୍ଓଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ଵର : ରାୟଗଡ଼ା ଡିଏଫ୍ଓ ବିଜୟ କୁମାର ପରିଡ଼ାଙ୍କ ଘରେ ଭିଜିଲାନ୍ସ ରେଡ୍। ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଡିଏଫଓ ବିଜୟ କୁମାର ପରିଡ଼ାଙ୍କ ଠାରୁ ନଗଦ ୧ ଲକ୍ଷ ୨୪ ହଜାର ୬୦୦ ଟଙ୍କା ଜବତ କରାଯାଇଛି। ଗୋଟିଏ ଚାରି ଚକିଆ ଗାଡ଼ି ଓ ୨ଟି ଦୁଇ ଚକିଆ ଗାଡ଼ି ସହିତ ଭୁବନେଶ୍ୱର ରସୁଲଗଡ଼ରେ ତାଙ୍କର ଏକ ତିନି ମହଲା ବିଶିଷ୍ଟ ଘର ରହିଛି। ଏହାଛଡା କଳାରାହାଙ୍ଗ ଆଶୀର୍ବାଦ ପ୍ଳାଜାରେ ଏକ ଫ୍ଲାଟ ସମେତ ଭୁବନେଶ୍ୱର, ପୁରୀ, କଟକ ଓ ଯାଜପୁରରେ ୮ଟି ପ୍ଲଟ ଅଛି। ଏସବୁ ଘର ଓ ପ୍ଳଟ ଗୁଡ଼ିକର ମୂଲ୍ୟ କେତେ ହେବ ତାହା ଜାଣିବା ପାଇଁ ଭିଜିଲାନ୍ସର ବୈଷୟିକ ଟିମ୍ ଆକଳନ କରୁଛି। ଭିଜିଲାନ୍ସ ଟିମ ତାଙ୍କ ରାୟଗଡ଼ା ଗାନ୍ଧୀ ନଗରସରକାରୀ ବାସଭବନ ସମେତ ଖୋର୍ଦ୍ଧା,କଟକ ଓ ଯାଜପୁରକୁ ମିଶାଇ ୭ଟି ଠିକଣାରେ ରେଡ୍ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button