ରାଜନୀତିରୁ ସନ୍ନ୍ୟାସ ଘୋଷଣା କଲେ ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ରବିବାର ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସେ କଂଗ୍ରେସର ସଦସ୍ୟ ଥିଲେ। ତାଙ୍କ ଭାଇ ଅଭିଜିତ ମୁଖାର୍ଜୀ ମଧ୍ୟ କଂଗ୍ରେସ ଛାଡି ତୃଣମୂଳ କଂଗ୍ରେସରେ ସାମିଲ୍ ହୋଇଥିଲେ। ଶର୍ମିଷ୍ଠା ଟ୍ଵିଟ୍ କରି ଅବସର ସମ୍ପର୍କରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ସକ୍ରିୟ ରାଜନୀତିରୁ ବିଦାୟ ନେଉଥିଲେ ହେଁ କଂଗ୍ରେସର ପ୍ରାଥମିକ ସଦସ୍ୟ ରହିବି। ଯଦି କେହି ଦେଶର ସେବା କରିବାକୁ ଚାହେଁ, ତେବେ ଏହାର ବିକଳ୍ପ ମଧ୍ୟ ରହିଛି। ରାଜନୀତି ମୋ ପାଇଁ ନୂଆ ନୁହେଁ। ମୁଁ ଅନ୍ୟ କାମରେ ବ୍ୟସ୍ତ ରହିବାକୁ ଚାହୁଁଛି। ରାଜନୀତି କରିବା ପାଇଁ ଦୃଢ ଇଚ୍ଛା ଶକ୍ତିର ଆବଶ୍ୟକତା ରହିଛି। ଲାଗୁଛି ମୋ ପାଖରେ ଆଉ ସେ ଇଚ୍ଛା ଶକ୍ତି ନାହିଁ। ଏଥିପାଇଁ ସକ୍ରିୟ ରାଜନୀତିରେ ମୋର ରହିବାର କୌଣସି ଅର୍ଥ ନଥିଲା।

Leave a Reply

Your email address will not be published.

Back to top button