ଲୋକପ୍ରିୟତାରେ ମୋଦି ବିଶ୍ୱରେ ନମ୍ୱର ଓ୍ୱାନ୍

ନୂଆଦିଲ୍ଲୀ: ବିଶ୍ୱର ନେତାଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନମ୍ୱରରେ ରହିଛନ୍ତି। ଗ୍ଲୋବାଲ ଲିଡର ଆପ୍ରୁଭାଲ ରେଟିଂରେ ମୋଦିଙ୍କ ଲୋକପ୍ରିୟତା ୭୦ ପ୍ରତିଶତ ଥିବା ବେଳେ ବିଶ୍ୱର ଅନେକ ନେତା ତାଙ୍କ ପଛରେ ରହିଛନ୍ତି।

ଖବର ଅନୁଯାୟୀ ଆମେରିକାର ଡାଟା ଇଣ୍ଟେଲିଜେନ୍ସ ଫାର୍ମ ‘ମର୍ଣ୍ଣିଂ କନ୍ସଲ୍ଟ’ ୧୩ଟି ଦେଶର ସରକାରୀ ନେତାଙ୍କୁ ନେଇ ଏହି ସର୍ବେକ୍ଷଣ କରିଛି। ପିଏମ ମୋଦିଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବର ଦୁଇ ସପ୍ତାହ ପୂର୍ବରୁ ଏପରି ରିପୋର୍ଟ ଆସିଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ବିଶ୍ୱ ଦରବାରରେ ବଜାୟ ରହିଛି। ଗ୍ଲୋବାଲ ଲିଡର ଆପ୍ରୁଭାଲ ରେଟିଂରେ ଆମେରିକା, ଜର୍ମାନୀ, ବ୍ରିଟେନ, ଫ୍ରାନ୍ସ, କାନାଡାର ଅନେକ ନେତାଙ୍କୁ ପଛରେ ପକାଇ ସେ ୭୦ ପ୍ରତିଶତ ରେଟିଂ ସହ ଶୀର୍ଷରେ ରହିଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଜର୍ମାନ ଚାନ୍ସେଲର ଆଞ୍ଜେଲା ମୋର୍କେଲ, ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସମେତ ଅନେକ ବିଶ୍ୱ ନେତା ମୋଦିଙ୍କ ତୁଳନାରେ ବହୁତ କମ୍ ରହିଛନ୍ତି।

ଏହି ତାଲିକାରେ ୬୪ ପ୍ରତିଶତ ସହ ଫ୍ରାନ୍ସର ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ ଲୋପେଜ ଓବ୍ରାଡୋର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୬୩ ପ୍ରତିଶତ ରେଟିଂ ସହ ଇଟାଲୀର ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି ରହିଥିବା ବେଳେ ଜର୍ମାନ ଚାନ୍ସେଲର ଆଞ୍ଜେଲା ମୋର୍କେଲ ୫୨ ପ୍ରତିଶତ ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୪୮ ପ୍ରତିଶତ ସହ ପଞ୍ଚମ ସ୍ଥାନରେ ରହିଛନ୍ତି। ସେହପରି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ୪୮ ପ୍ରତିଶତ ସହିତ ଷଷ୍ଠ ସ୍ଥାନରେ, ୪୫ ପ୍ରତିଶତ ସହିତ ସପ୍ତମ ସ୍ଥାନରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ, ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ୪୧ ପ୍ରତିଶତ ସହିତ ଅଷ୍ଟମ ସ୍ଥାନରେ, ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାର ୩୯ ପ୍ରତିଶତ ସହିତ ନବମ ସ୍ଥାନରେ, ୩୮ ପ୍ରତିଶତ ସହିତ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଦଶମ ସ୍ଥାନରେ, ୩୫ ପ୍ରତିଶତ ସହିତ ଏକାଦଶ ସ୍ଥାନରେ ସ୍ପେନର ପ୍ରଧାନମନ୍ତ୍ରୀ ରହିଥିବା ବେଳେ ୩୪ ପ୍ରତିଶତ ସହିତ ଦ୍ୱାଦଶ ସ୍ଥାନରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଏବଂ ଜାପାନର ପ୍ରଧାନମନ୍ତ୍ରୀ ୨୫ ପ୍ରତିଶତ ସହ ତ୍ରୟୋଦଶ ସ୍ଥାନରେ ରହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button