ପୋଷା କୁକୁର କାମୁଡିଲେ ମାଲିକକୁ ଜରିମାନା, ବୁଲା କୁକୁର ପାଇଁ କିଏ ?

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରେ କୁକୁରପ୍ରେମୀଙ୍କ ସଂଖ୍ୟା ବଢୁଛି। ଘରର ସୁରକ୍ଷା ପାଇଁ ଅନେକ କୁକୁର ପାଳିବାକୁ କରୁଛନ୍ତି ପସନ୍ଦ। କିଏ ଦେଶୀ ତ ଆଉ କିଏ ବିଦେଶୀ କୁକୁର ପାଳୁଛି। କିନ୍ତୁ ଏବେ ସାବଧାନ ! କୁକୁର କାମୁଡିଲେ ମାଲିକ ତଣ୍ଡ ଗଣିବେ। ରାସ୍ତା, ପାର୍କ ଓ ଜନବସତି ଅଞ୍ଚଳରେ ମଳ ତ୍ୟାଗ କରାଇଲେ ମଧ୍ୟ ଜରିମାନା ଦେବାକୁ ପଡିବ। ତଣ୍ଡ ଗଣିବେ। ଭୁବନେଶ୍ଵର ମହାନଗର ନିଗମ ବା ବିଏମସି ଏହି ନୂଆ ନିୟମ ଆଣିଛି। ତେବେ ବୁଲା କୁକୁର କାମୁଡିଲେ କାହାକୁ ଦାୟୀ କରାଯିବ ? କାହାଠାରୁ ଆଦାୟ ହେବ ଜରିମାନ ?

ଖବର ଅନୁଯାୟୀ ଗତକାଲି ବିଏମସି ବୈଠକରେ ଏହି ନୂଆ ନିୟମକୁ ମିଳିଛି ଅନୁମୋଦନ। ଏହାର ବ୍ୟବସ୍ଥା ଅନୁଯାୟୀ ଜଣେ କୁକୁର ପ୍ରେମୀ ଅତି ବେଶିରେ ଦୁଇଟି କୁକୁର ରଖିପାରିବେ। କୁକୁର ରଖିବାକୁ ବିଏମସି ଅଧୀନରେ ପଞ୍ଜୀକରଣ କରିବାକୁ ପଡିବ। ଏହାକୁ ବାଧ୍ୟତାମୂଳକ କରାଯାଇଛି।

ସେହିପରି ବାହାର କୁକୁର ସହରକୁ ଆଣିଲେ ସପ୍ତାହେ ଭିତରେ ପଞ୍ଜୀକରଣ କରିବାକୁ ହେବ। ବାହାରକୁ ଛାଡିଲେ ବେକରେ କୁକୁର ପଟା ସହ ରେଜିଷ୍ଟ୍ରେସନ ପ୍ଲେଟ ବା ନମ୍ବର ଝୁଲାଇବାକୁ ହେବ। ବୟସ ହୋଇଗଲେ କୁକୁରକୁ ରାସ୍ତା କଡରେ ଛାଡି ଦେଇପାରିବେ ନାହିଁ। ଖେଳ ପ୍ରଦର୍ଶନ କରିବାକୁ ବିଏମସିରେ ଆଗୁଆ ଜଣାଇବାକୁ ହେବ। ଯଦି କୁକୁର ଅନ୍ୟ କୌଣସି ବ୍ୟକ୍ତି କିମ୍ବା ସମ୍ପତ୍ତିକୁ ନଷ୍ଟ କରେ ତେବେ ମାଲିକଙ୍କୁ ଜରିମାନା ଦେବାକୁ ପଡିବ।

ବିଏମସିର ଏହି ନୂଆ ନିୟମକୁ ଏବେ କୁକୁରପ୍ରେମୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ସେମାନେ ବାହାରେ ବୁଲାଇବା ନାଁ’ରେ ମଳତ୍ୟାଗ କରାଇବା ପାଇଁ ନେବେ କୁଆଡେ ? ଏହା ବିଭିନ୍ନ ମହଲରେ ଆଲୋଚନାର ବିଷୟ ହୋଇଥିବା ବେଳେ ଲୋକେ କହୁଛନ୍ତି କୁକୁରଙ୍କ ପାଇଁ ପାଇଖାନା କରିବାକୁ ପଡିବ। କିନ୍ତୁ ବୁଲା କୁକୁରର କେହି ମାଲିକ ନାହିଁ। ରାତିରେ ସେମାନେ ଯେଉଁ ଉତ୍ପାତ କରୁଛନ୍ତି ତାହା ନକହିବା ଭଲ। ଭୁବନେଶ୍ଵରରେ କୁକୁର ବନ୍ଧ୍ୟାକରଣ ପ୍ରୟାସ ସଫଳ ହୋଇନି। ଯେତିକି ସଂଖ୍ୟକ କୁକୁର ଅଛନ୍ତି ସେମାନେ କାହାକୁ କାମୁଡିଲେ କିମ୍ବା ମଳତ୍ୟାଗ ପରିବେଷକୁ ନଷ୍ଟ କଲେ କାହାକୁ ଦାୟୀ କରାଯିବ ବୋଲି ପ୍ରଶ୍ନ ଉଠିଛି। କେତେକ କହୁଛନ୍ତି ଯଦି ପୋଷା କୁକୁର ପାଇଁ ମାଲିକ ତଣ୍ଡ ଗଣିବ ତେବେ ବୁଲା କୁକୁରଙ୍କ ଲାଗି ବିଏମସି କ୍ଷତି ପୂରଣ ଦେବନି କାହିଁକି ?

Leave a Reply

Your email address will not be published. Required fields are marked *

Back to top button