ଆଉ ୩ଟି ଜିଲ୍ଲାରେ ମୋ ବସ୍‌ ଚଳାଚଳ କରିବ

ଭୁବନେଶ୍ଵର : ରାଜ୍ୟ ସରକାର ଆଉ ୩ଟି ଜିଲ୍ଲାରେ ମୋ ବସ୍‌ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ଖବର ଅନୁଯାୟୀ ଗଞ୍ଜାମ, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ‘ମୋ ବସ୍’ ଚାଲିବ। ସମ୍ବଲପୁର-ଝାରସୁଗୁଡ଼ା-ବ୍ରଜରାଜନଗର ଓ ବେଲପାହାଡ କ୍ଲଷ୍ଟରରେ ଚଳାଚଳ କରିବ ମୋ ବସ୍‌। ସେହିପରି ବ୍ରହ୍ମପୁର-ଗୋପାଳପୁର-ଛତ୍ରପୁର-ହିଞ୍ଜିଳିକାଟୁ, ଦିଗପହଣ୍ଡି କ୍ଲଷ୍ଟରରେ ମୋ ବସ୍ ଗଡ଼ିବ। ଏଥିପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ଵାରା ପଶ୍ଚିମ ଓଡ଼ିଶା ସହ ଗଞ୍ଜାମ ଜିଲ୍ଲାର ଲୋକେ ସୁବିଧା ପାଇ ପାରିବେ। କ୍ୟାପିଟାଲ ରିଜନ ଅଞ୍ଚଳରେ ୩୯୦ ଓ ରାଉରକେଲାରେ ୧୦୦ଟି ମୋ ବସ ଚଳାଚଳ କରୁଛି। ଅଧିକ ବସ୍‌ ଚଳାଚଳ ଦ୍ଵାରା ଯାତ୍ରୀମାନେ ସୁବିଧା ପାଇ ପାରିବେ ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ଵତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button