ବ୍ୟାଙ୍କ କର୍ମଚାରୀଙ୍କୁ ମିଳିବ ସପ୍ତାହରେ ଦୁଇଦିନ ଛୁଟି

ନୂଆଦିଲ୍ଲୀ : ଏଣିକି ବ୍ୟାଙ୍କ କର୍ମଚାରୀଙ୍କୁ ମିଳିବ ସପ୍ତାହରେ ଦୁଇଦିନ ଛୁଟି। ଶନିବାର ଓ ରବିବାର ଛୁଟି ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ଆସନ୍ତା ସପ୍ତାହରେ ଏନେଇ ସ୍ପଷ୍ଟ ସୂଚନା ମିଳିବ।

ଖବର ଅନୁଯାୟୀ ଏବେ ବ୍ୟାଙ୍କ କର୍ମଚାରୀଙ୍କୁ ସପ୍ତାହର ରବିବାର ଓ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଛୁଟି ମିଳୁଛି। ଏହି ନିୟମରେ ହେବ ପରିବର୍ତ୍ତନ। ଏଣିକି ପ୍ରତି ବ୍ୟାଙ୍କ କର୍ମଚାରୀଙ୍କୁ ମାସର ସମସ୍ତ ରବିବାର ଓ ଶନିବାର ଛୁଟି ମିଳିବ। ସପ୍ତାହରେ ୫ ଦିନ ରହିବ କାର୍ଯ୍ୟ ଦିବସ। ବାକି ଦୁଇଦିନ ବ୍ୟାଙ୍କ କର୍ମଚାରୀ ଆରାମ କରିବେ।

ଜାତୀୟ ଗଣମାଧ୍ୟମର ସୂଚନା ହେଲା ଆସନ୍ତା ଜୁଲାଇ ୨୮ ତାରିଖରେ ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନର ବ୍ୟାଙ୍କ କର୍ମଚାରୀ ସଂଗଠନ ୟୁନାଇଟେଡ ଫୋରମ ଅଫ୍ ବ୍ୟାଙ୍କ କର୍ମଚାରୀ ସହିତ ବୈଠକ ହେବ। ଗତ ମେ’ ମାସରେ ଏହି ବ୍ୟାଙ୍କ କର୍ମଚାରୀ ସଂଗଠନ ମଧ୍ୟରେ ସପ୍ତାହରେ ୫ ଦିନ କାର୍ଯ୍ୟ କରିବାକୁ ସହମତି ପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *

Back to top button