ଶିବକାଶି ଭାରତର ମିନି ଜାପାନ

ନୂଆଦିଲ୍ଲୀ : ବାଣର ରାଜଧାନୀ ଶିବକାଶିକୁ କୁହାଯାଏ ଭାରତର ମିନି ଜାପାନ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ପଣ୍ଡିତ ଜବାହର ଲାଲ ନେହେରୁ ଏହି ସହରର ନାଁ ଦେଇଥିଲେ।

ଖବର ଅନୁଯାୟୀ ଏପରି ନାମକରଣ କରିବାର କାରଣ ଜାପାନ ବାଣ ପାଇଁ ଜଣାଶୁଣା। ସେହିପରି ବାଣ ତିଆରି ପାଇଁ ଭାରତର ଶିବକାଶି ପରିଚିତ ହୋଇଥିବାରୁ ଏହାକୁ ମିନି ଜାପାନ କୁହାଯାଉଥିଲା। ଚେନ୍ନାଇ ଠାରୁ ୫୦୦ କିଲୋମିଟର ଦୂରରେ ଅବସ୍ଥିତ ଶିବକାଶିରେ ୪୦୦ରୁ ଅଧିକ ବାଣ କାରଖାନା ରହିଛି। ଦେଶର ୯୦ ପ୍ରତିଶତ ପର୍ଯ୍ୟନ୍ତ ବାଣ ଏହିଠାରୁ ଯୋଗାଣ ହୋଇଥାଏ।

ଆହୁରି ଜଣାପଡିଛି ବାଣର ବ୍ୟବହାର ବର୍ଷସାରା ହୁଏନି। ନିର୍ଦ୍ଦିଷ୍ଟ କିଛି ସମୟରେ ଏହାର ବ୍ୟବହାର ହୋଇଥାଏ। କିନ୍ତୁ ବାଣ ତିଆରି ପାଇଁ ପ୍ରସ୍ତୁତି ବର୍ଷର ୩୦୦ ଦିନ ଯାଏଁ ଚାଲିଥାଏ। ଶିବକାଶିକୁ ବାଣର ସହର କରିବାର ଶ୍ରେୟ ଦୁଇ ଭାଇ ଆୟର ନାଦର ଓ ଶନମୁଗା ନାଦରଙ୍କୁ ଯାଇଥାଏ। କାରଣ ଦୁଇଭାଇ କୋଲକାତା ଯାଇ ବାଣ ଓ ଡିଆସିଲି ତିଆରି ସିଖିଥିଲେ। ସେଠାରୁ ଫେରି ଶିବକାଶିରେ ସ୍ଥାପନ କରିଥିଲେ ବାଣ କାରଖାନା।

Leave a Reply

Your email address will not be published. Required fields are marked *

Back to top button