ରମା ରମଣ ମହାନ୍ତି ହେଲେ ନୂଆ ଡିଏମ୍‌ଇଟି

ଭୁବନେଶ୍ୱର : ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଡିନ ତଥା ଅଧ୍ୟକ୍ଷ ପ୍ରଫେସର ଡ଼. ରମା ରମଣ ମହାନ୍ତିଙ୍କୁ ରାଜ୍ୟ ସରକାର ନୂଆ ଡିଏମ୍‌ଇଟି ଭାବେ ନିଯୁକ୍ତି ଦେଇଛନ୍ତି।

ଚଳିତ ମାସ ୩୧ ତାରିଖ ଦିନ ସେ ବର୍ତ୍ତମାନର ଡିଏମ୍‌ଇଟି ସିବିକେ ମହାନ୍ତିଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ। ପିଆରଏମ ହସ୍ପିଟାଲର ବିକାଶରେ ଶ୍ରୀ ମହାନ୍ତିଙ୍କ ଅବଦାନ ବେଶ ଗୁରୁତ୍ୱପୂର୍ଣ୍ଣ। ଜଣେ ଅଭିଜ୍ଞ ସ୍ୱାସ୍ଥ୍ୟ ପ୍ରଶାସକ ଓ ଅଧ୍ୟାପକ ଶ୍ରୀ ମହାନ୍ତି ରାଜ୍ୟର ନୂତନ ଡିଏମଇଟି ନିଯୁକ୍ତ ହେବା ପରେ ପିଆରଏମ ହସ୍ପିଟାଲ ତଥା ମୟୂରଭଞ୍ଜ ଜିଲ୍ଲାରେ ଖୁସି ଖେଳିଯାଇଛି।

Leave a Reply

Your email address will not be published.

Back to top button